ରିଜର୍ଭ ବ୍ୟାଙ୍କରେ ଭର୍ତ୍ତି: ଦରମା ମାସକୁ ୭୧,୦୩୨ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ଭାରତୀୟ ରିଜର୍ଭ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଦରମା ମାସକୁ ୭୧ ହଜାର ଟଙ୍କା । ଅନଲାଇନ ମାଧ୍ୟମରେ କରିପାରିବେ ଆବେଦନ । ଅନ୍ୟ କୌଣସି ଉପାୟରେ ଆବେଦନ ଗ୍ରହଣ କରାଯିବ ନାହିଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରି ସୁଯୋଗ । ରିଜର୍ଭ ବ୍ୟାଙ୍କରେ ଜୁନିଅର ଇଂଜିନିୟର(ସିଭିଲ/ଇଲେକ୍ଟ୍ରିକାଲ) ପଦବୀରେ ଆବେଦନ ଗ୍ରହଣ କରୁଛି । ନୋଟିଫିକେସନ ମୁତାବକ, ଏଠାରେ ୩୫ ପଦବୀ ଖାଲିପଡିଛି ।
ନୋଟିଫିକେସନ ମୁତାବକ, ଏହି ପଦବୀ ପାଇଁ ଭର୍ତ୍ତି ପରୀକ୍ଷା ୧୫ ଜୁଲାଇ, ୨୦୨୩ରେ ହେବ । ଏହାପରେ ଲାଙ୍ଗୁଏଜ ପ୍ରୋଫିସିଏନ୍ସୀ ଟେଷ୍ଟ(LPT) ହେବ । ପ୍ରାର୍ଥୀଙ୍କର ସମସ୍ତ ଜରୁରୀ ଯୋଗ୍ୟତା ପୂର୍ଣ୍ଣ କରିବା ପରେ ଅନଲାଇନ ଆବେଦନ କରିପାରିବେ । ଆବେଦନ ଜମା କରିବାର ଶେଷ କରିବାର ପୂର୍ବରୁ ନିଜର ସମସ୍ତ ଡକ୍ୟୁମେର୍ଟ ସ୍କାନ କରି ଅନଲାଇନ ଆବେଦନ କରନ୍ତୁ ।
ପଦବୀ ବିବରଣୀ : ୩୫
ସିଭିଲି/ଇଲେକ୍ଟ୍ରିକାଲ ଇଂଜିନିୟର
ଜରୁରୀ ତାରିଖ : ଆବେଦନ କରିବା ପ୍ରକ୍ରିୟା ୯ ଜୁନରୁ ଆରମ୍ଭ ହୋଇଥିବା ବେଳେ ଶେଷ ୩୦ ଜୁନ୍ରେ ହେବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ ରୁ ୩୦ ବର୍ଷ ହୋଇଥିବା ଜରୁରୀ ।
ଶିକ୍ଷାଗତ ଯୋଗ୍ୟତା : ଜୁନିଅର ସିଭିଲ ଇଂଜିନିୟର ପୋଷ୍ଟ ପାଇଁ ଡିପ୍ଲୋମା ସିଭିଲ/ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସର୍ବନିମ୍ନ ମାର୍କ ୬୫ ପ୍ରତିଶତ ରଖିଥିବା ଜରୁରୀ ।
ଜୁନିଅର ଇଲେକ୍ଟ୍ରିକାଲ ଇଂଜିନିୟର ପୋଷ୍ଟ ପାଇଁ ପ୍ରାର୍ଥୀ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।
ଆବେଦନ ଶୁଳ୍କ : ଓବିସି/ଜେନେରାଲ/ EWS ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ ଜନଜାତି/ PwBD ୫୦ ଟଙ୍କା ଦେବାକୁ ହେବ । ଡେବିଡ କାର୍ଡ, କ୍ରେଡିଟ୍ କାର୍ଡ, ନେଟ ବ୍ୟାଙ୍କିଂ ମାଧ୍ୟମରେ ହେବ ।
ଦରମା : ନୋଟିଫିକେସନ ମୁତାବକ, ଚୟନ ହେବା ପ୍ରାର୍ଥୀଙ୍କୁ ମୂଳ ବେତନ ବାବଦରେ ୩୩,୯୦୦ ଟଙ୍କା (ଅର୍ଥାତ୍ ୨୦,୭୦୦ + ଜୁନିଅର ଇଂଜିନିୟର ପାଇଁ ଉପଲବ୍ଧ ୯ ଆଡଭାନ୍ସ ଇନକ୍ରିମେଣ୍ଟ) ମିଳିବ । ବର୍ତ୍ତମାନ ଜୁନିଅର ଇଂଜିନିୟର(ସଭିଲ/ଇଲେକ୍ଟ୍ରିକାଲ) ପାଇଁ ମାସିକ ୭୧,୦୩୨ ଟଙ୍କା ଦରମା ମିଳିବ । ଆଉ ଯେଉଁମାନେ ବ୍ୟାଙ୍କ ଦେଉଥିବା ଘରେ ରହିବେ ନାହିଁ, ସେମାନେ ୧୫ ପ୍ରତିଶତ ଘର ଭଡା ବାବଦରେ ମିଳିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.highonstudy.com/pdf.php?id=19d7a54dULUkIPTR4PTlo6AiOfmYPZ1wU&name=RBI-35-Notice-2023