ରେଳ କୋଚ ଫ୍ୟାକ୍ଟ୍ରିରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ରେଳ କୋଚ ଫ୍ୟାକ୍ଟ୍ରି କପୁରଥଲାରେ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rcf.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏହି ଅଭିଯାନ ଜରିଆରେ ଅଲଗା ଅଲଗା ଟ୍ରେଡ୍ସରେ ଭର୍ତ୍ତି ହେବ ।

ରେଳ କୋଚ ଫ୍ୟାକ୍ଟ୍ରି କପୁରଥଲା ତରଫରୁ ନୋଟିଫିକେସନ ଜାରି ହୋଇଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rcf.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏହି ଅଭିଯାନ ଜରିଆରେ ଅଲଗା ଅଲଗା ଟ୍ରେଡ୍ସରେ ଭର୍ତ୍ତି ହେବ । ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୯ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୫୦
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୯ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଜରୁରୀ । ଏହାସହିତ ଆଇଟିଆଇ ସାର୍ଟିଫିକେଟ ରଖିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ ହେବ । ମେରିଟ ତାଲିକ ୧୦ମ ପାସ୍ ମାର୍କ ଏବଂ ଆଇଟିଆଇ ଟ୍ରେଡ ସାର୍ଟିଫିକେଟ ମାର୍କ ଆଧାରରେ ହେବ । ଆବେଦନ କରିଥିବା ପ୍ରାର୍ଥୀ ୫୦ ପ୍ରତିଶତ ମାର୍କ ସହିତ ୧୦ମ ପାସ୍ କରିଥିବା ଜରୁରୀ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।