Realmeର ନୂଆ 5Gଫୋନ ଖୁବ ଶୀଘ୍ର ହେବ ଲଞ୍ଚ, ଦାମ ରହିବ ୧୦ ହଜାରରୁ କମ

Realme ଆସନ୍ତା ବର୍ଷ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରିରେ ବଡ଼ ଧମାକା କରିବାକୁ ଯାଉଛି । କମ୍ପାନୀର ସିଇଓ ମାଧବ ସେଠ ବୁଧବାର ୱେବିନାର ଜରିଆରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ । କମ୍ପାନୀ ତରଫରୁ ନୂଆ 5G ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି ।
ଆସନ୍ତା ବର୍ଷ ୨୦୨୨ରେ କମ୍ପାନୀ ପକ୍ଷରୁ 5G ସ୍ମାର୍ଟଫୋନ ଲଞ୍ଚ କରାଯିବ । ଏହାର ଦାମ ୧୦ ହଜାର ଟଙ୍କାରୁ କମ ରହିବ । ଏହାସହ ଆସନ୍ତା ବର୍ଷଠୁ ୧୫ ହଜାରଠୁ ଅଧିକ ଟଙ୍କାର 5G ଫୋନ ବଜାର ପ୍ରବେଶ କରିବ । ସବୁ ଫୋନରେ 5G କନେକ୍ସନ ସୁବିଧା ରହିବ ।

ଆସନ୍ତା ବର୍ଷ Realme GT ସିରିଜ ଭାରତରେ ନିଜର 5G ସ୍ମାର୍ଟଫୋନ ଲଞ୍ଚ କରିବ । ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସବୁଠୁ ବିଶେଷ କଥା ହେଉଛି ଏଥିରେ ଅନେକ ମଡେଲ ଲଞ୍ଚ ହେବ । ଏହାର ବିକ୍ରି ଜୁନରେ ୟୁରୋପ, ପୋଲାଣ୍ଡ, ସ୍ପେନ, ଋଷ, ଥାଇଲାଣ୍ଡରେ ହେବ । ଏହାସହ କମ୍ପାନୀ ତରଫରୁ Realme GT Master Editionନାମକ ନୂଆ ସିରିଜ ମଧ୍ୟ ଲଞ୍ଚ ହେବ ।