ଶୁକ୍ରାଣୁର ଅଭାବ ଆପଣଙ୍କ ବେଡ୍ରୁମ୍ ଲାଇଫ୍କୁ କରିପାରେ ପ୍ରଭାବିତ, ଜାଣନ୍ତୁ ରକ୍ଷା ପାଇବା ଉପାୟ

ସଂସାରକୁ ଆଗକୁ ନେବାରେ ଉଭୟ ପୁରୁଷ ଓ ମହିଳାଙ୍କ ସହମତିର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଧାରଣା ରହିଛି। କିନ୍ତୁ ଏହା ମଧ୍ୟ ସତ ଯେ ଯଦି ପୁରୁଷ କିମ୍ବା ମହିଳାଙ୍କ ମଧ୍ୟରୁ କେହି ଜଣେ ପିଲା ଜନ୍ମ କରିବାକୁ ଅକ୍ଷମ ହୋଇଥିବ ତେବେ ପରିବାର ଆଗକୁ ବଢ଼ିପାରିବ ନାହିଁ। ପୂର୍ବରୁ ଏଥିପାଇଁ କେବଳ ମହିଳାଙ୍କୁ ଦୋଷ ଦିଆଯାଉଥିବା ବେଳେ ଏବେ ଡାକ୍ତରୀ ବିଜ୍ଞାନର ଉନ୍ନତି ପରେ ପୁରୁଷ ମଧ୍ୟ ଏଥିପାଇଁ ଦାୟୀ ବୋଲି ଜଣାଯାଇଛି। ମେଲ ଇନ୍ଫର୍ଟିଲିଟି ଅର୍ଥାତ୍ ପୁରୁଷଙ୍କ ଠାରେ ବାଞ୍ଝପଣ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି। ଏହା ଦ୍ୱାରା ଦମ୍ପତି ଗର୍ଭଧାରଣ କରି ପାରିନଥାନ୍ତି। ଏଭଳି ସମସ୍ୟା ଦେଖାଯାଉଥିବା ପୁରୁଷଙ୍କ ମନରେ ହୀନ ଭାବନା ଆସିଥାଏ ଯାହା ଫଳରେ ତାଙ୍କ ଆତ୍ମବିଶ୍ୱାସ କମିଯାଏ। ବର୍ତ୍ତମାନ ବିଶ୍ୱରେ ପ୍ରାୟ ୭ ପ୍ରତିଶତ ପୁରୁଷ ନପୁଂସକତାର ଶିକାର ହେଉଥିବା ଜଣାଯାଇଛି।
ନପୁଂସକତାର କାରଣ:
ପୁରୁଷଙ୍କ ଠାରେ ପର୍ଯ୍ୟାପ୍ତ ପରିମାଣରେ ଶୁକ୍ରାଣୁ ବା ସ୍ପର୍ମର ଅଭାବରୁ ନପୁଂସକତା ଦେଖାଦିଏ। ବର୍ତ୍ତମାନର ଖରାପ ଜୀବନଶୈଳୀ, ଖାଦ୍ୟପେୟରେ ପୋଷକ ତତ୍ତ୍ୱର ଅଭାବ, ଅସନ୍ତୁଳିତ ହରମୋନ୍, ବୟସ, ଟେଷ୍ଟିକୁଲର କ୍ୟାନ୍ସର ଆଦି ମଧ୍ୟ ଏହାର ପ୍ରମୁଖ କାରଣ। ଏଥିସହ ଟେଷ୍ଟିକଲ୍ସରେ ପୀଡ଼ା ହେବା ଦ୍ୱାରା ମଧ୍ୟ ନପୁଂସକତା ଦେଖାଦିଏ। ସ୍କ୍ରାଟମ୍ (ଯେଉଁଠାରେ ଟେଷ୍ଟିକଲ୍ସ ମହଜୁଦ୍ ରହିଥାଏ)ରେ ଶିରାପ୍ରଶିରା ବଢ଼ିଗଲେ, ଶୁକ୍ରାଣୁର ମାନ ଏବଂ ପରିମାଣ ପ୍ରଭାବିତ ହୋଇଥାଏ। ଇନ୍ଫେକସନ୍ ଦ୍ୱାରା ମଧ୍ୟ ଶୁକ୍ରାଣୁର ମାତ୍ରା କମିଯାଏ। ଫଳରେ ପୁରୁଷମାନେ ପିତୃତ୍ୱ ହରାଇଥାନ୍ତି।
ଏହାସହ ପଢ଼ନ୍ତୁ: ସମ୍ପର୍କକୁ ମଜଭୁତ କରିବାକୁ ନୁହେଁ ବରଂ ଏହି କାରଣରୁ ପୁରୁଷଙ୍କ ସହ ଡେଟ୍ରେ ଯାଇଥାନ୍ତି ମହିଳା
ଉପଚାର:
ନପୁସଂକତା ସମସ୍ୟା ଥିଲେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଭଳି ସ୍ଥିତିରେ ଡାକ୍ତରମାନେ ସାଧାରଣତଃ ଶୁକ୍ର ବା ସିମେନ୍ ପରୀକ୍ଷା କରିବାକୁ କହିଥାନ୍ତି। ଏହା ଆପଣଙ୍କ ବଂଶାନୁକ୍ରମିକ କି ନାହିଁ ଡାକ୍ତର ବୁଝିଥାନ୍ତି। ପରେ ମେଡିସିନ୍ ଦେଇଥାନ୍ତି। ଚିକିତ୍ସା ଚାଲିଥିବା ବେଳେ ୨ରୁ ୭ ଦିନ ପର୍ଯ୍ୟନ୍ତ ଡାକ୍ତର ଯୌନ ସମ୍ପର୍କ ରଖିବାକୁ ବାରଣ କରିଥାନ୍ତି।
ବେଡ୍ରୁମ୍ ଲାଇଫ୍ ଉପରେ ପ୍ରଭାବ:
ପୁରୁଷଙ୍କ ଠାରେ ଶୁକ୍ରାଣୁର ଅଭାବ ବେଡ୍ରୁମ୍ ଲାଇଫ୍ ବା ପତ୍ନୀ ସହ ଶାରୀରିକ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ। ଶୁକ୍ରାଣୁର ଅଭାବ ଯୋଗୁ ପୁରୁଷମାନେ ଶାରୀରିକ ସମ୍ପର୍କରେ ସକ୍ରିୟ ହୋଇପାରନ୍ତି ନାହିଁ, ଫଳରେ ସାଥୀକୁ ସନ୍ତୁଷ୍ଟ କରିବାରେ ଅସମର୍ଥ ହୁଅନ୍ତି । ପାରନ୍ତି ନାହିଁ। ପୁରୁଷ ଅଧିକ ସମୟ ଧରି ସମ୍ବନ୍ଧ ରଖି ପାରିନଥାନ୍ତି ଫଳରେ ଆତ୍ମବିବାସ କମିଯିବା ଯୋଗୁଁ ଡିପ୍ରେସନ୍ ବା ବିଷାଦଗ୍ରସ୍ତ ହୋଇପଡ଼ନ୍ତି। ଏହି ଚିନ୍ତା ଏତେ ମାତ୍ରାରେ ବଢ଼ିଯାଏ ଯେ ଚିଡ଼ିଚିଡାପଣ, ଛୋଟ କଥାରେ ରାଗିଯିବା, ଅବୁଝା ଭଳି ବ୍ୟବହାର କରିବା ଆଦି ସମସ୍ୟା ଦେଖାଦିଏ।
ଏହାସହ ପଢ଼ନ୍ତୁ: ବିବାହ ପୂର୍ବରୁ ସ୍ୱାମୀଙ୍କୁ ନେଇ ସବୁ ଝିଅଙ୍କ ମନରେ ରହିଥାଏ ଏହିସବୁ ପ୍ରଶ୍ନ…
ନିରାକରଣ:
• ପୁରୁଷମାନେ ଧୂମପାନ ଓ ତମାଖୁର ସେବନ କରନ୍ତୁ ନାହିଁ।
• ମଦ୍ୟପାନରୁ ବିରତ ରୁହନ୍ତୁ।
• ଅଧିକ ଗରମ ଜାଗାରେ ରୁହନ୍ତୁ ନାହିଁ।
• ଖାଦ୍ୟ ପାନୀୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ।
• ଚିନ୍ତା ଠାରୁ ଦୂରରେ ହୁହନ୍ତୁ। ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ।
• ଲାପଟପ୍ ଆଦି ବସ୍ତୁକୁ କୋଳରେ ଧରି କାମ କରନ୍ତୁ ନାହିଁ।
• ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।