NLC ରେ ୧୬୭ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । NLC (Neyveli Lignite Corporation) ରେ ଖାଲିପଡିଥିବା ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ବମ୍ପର ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ NLC ଏକ ବିଜ୍ଞପ୍ତି ଜାରି କରିଛି । ଯେଉଁଥି ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଜାନୁଆରୀ ୧୫ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନେ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ଏହି ନିଯୁକ୍ତି ପାଇଁ ଆବେଦନ କରିବା ଉଚିତ୍ । ଏଠାରେ ୧୬୭ ପଦବୀ ଖାଲିପଡିଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି ।
ପଦବୀ ବିବରଣୀ : ୧୬୭
ଜରୁରୀ ତାରିଖ :
ଆବେଦନ କରିବାର ତାରିଖ ୧୬ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଜାନୁଆରୀ ୧୫ରେ ହେବ ।
ଶିକ୍ଷାଗତ ଯୋଗ୍ୟତା :
ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍ ଏବଂ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ । ତେବେ ପଦବୀ ଅନୁସାରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍ କରିପାରିବେ ।
ବୟସ ସୀମା :
ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ ଅଲଗା ଅଲଗା ରହିଛି । ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷରେ ସ୍ଥିର କରାଯାଇଛି । ଓବିସି ୩ ବର୍ଷ ବର୍ଷର ବୟସ ଆରାମ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କ ବୟସ ୫ ବର୍ଷ ବର୍ଷ ବୟସ ଆରାମ ମିଳିବ ।
ଆବେଦନ ଶୁଳ୍କ :
ଆବେଦନ ପାଇଁ ଇଚ୍ଛୁକ ସାମାନ୍ୟ ଏବଂ ଓବିସି ପ୍ରାର୍ଥୀ ୮୫୪ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୩୫୪ ଟଙ୍କା ଶୁଳ୍କ ଦେବାକୁ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରିବାକୁ ହେବ । ଆପ୍ଲିକେସନ ଫର୍ମ ଭରିବା ପରେ ସବମିଟ୍ କରନ୍ତୁ । ଶେଷରେ ଆବଶ୍ୟକତା ପାଇଁ ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।