୧୦ମ ପାସ୍ଙ୍କ ପାଇଁ ଡାକ ବିଭାଗରେ ଚାକିରି; ଦରମା ୬୩,୨୦୦ ଟଙ୍କା
ଡାକ ବିଭାଗ ଅର୍ଡିନାରୀ ଗ୍ରେଡ୍, ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ନନ୍ ଗେଜେଟେଡ୍, ନନ୍ ମିନିଷ୍ଟ୍ରିୟାଲ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କଠାରୁ ଆବେଦନ ମାଗିଛି।

ଡାକ ବିଭାଗ ଅର୍ଡିନାରୀ ଗ୍ରେଡ୍, ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ନନ୍ ଗେଜେଟେଡ୍, ନନ୍ ମିନିଷ୍ଟ୍ରିୟାଲ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କଠାରୁ ଆବେଦନ ମାଗିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ଯାଇ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଡାକ ବିଭାଗର ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଆବେଦନ କରିପାରିବେ। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
ଡାକ ବିଭାଗର ଏହି ନିଯୁକ୍ତି ପରୀକ୍ଷାରେ ୧୮ରୁ ୨୭ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରିପାରିବେ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଛାଡ଼ ଦିଆଯିବ।
ଡାକ ବିଭାଗର ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା, ସେମାନଙ୍କ ପାଖରେ ହାଲୁକା ଏବଂ ଭାରୀ ଯାନର ଡ୍ରାଇଭିଂ ଲାଇସେନ୍ସ ଥିବା ଦରକାର। ମୋଟର ମେକାନିଜମ୍ ବିଷୟରେ ଜ୍ଞାନ ରହିବା ଉଚିତ୍। ହାଲୁକା ଏବଂ ଭାରୀ ଯାନ ଚାଳନାରେ ୩ ବର୍ଷର ଅଭିଜ୍ଞତା ସହ ଦଶମ ପାସ୍ ହେବା ଜରୁରୀ।
ସପ୍ତମ ବେତନ ଆୟୋଗ ଅନୁସାରେ, ଡାକ ବିଭାଗର ଏହି ନିଯୁକ୍ତି ପାଇଁ ମନୋନୀତ ଷ୍ଟାଫ୍ କାର୍ ଡ୍ରାଇଭରଙ୍କ ବେତନ ସ୍କେଲ ୧୯୯୦୦-୬୩୨୦୦ ହେବ ଏବଂ ଏଥି ସହିତ ଅନେକ ପ୍ରକାରର ଭତ୍ତା ମଧ୍ୟ ଦିଆଯିବ।