ଏହି ୮ଟି ଆପ୍ସକୁ ଫୋନରୁ ତୁରନ୍ତ ହଟାନ୍ତୁ, ନଚେତ୍ ଆପଣଙ୍କ ଟଙ୍କା ହୋଇପାରେ ଚୋରି

ୟୁଜର୍ସଙ୍କ ଫୋନ ହ୍ୟାକ କରିବା ପାଇଁ ହ୍ୟାକର୍ସମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। McAfee Mobile Researchର ରିପୋର୍ଟ ଅନୁଯାୟୀ Malwareକୁ ୮ଟି ଆଣ୍ଡ୍ରଏଡ଼ ଆପ୍ସରେ ରଖାଯାଇଥିଲା। ଯାହା Southeast Asia ଓ Arabian peninsulaରେ ଥିବା ୟୁଜର୍ସଙ୍କୁ ଟାର୍ଗେଟ କରୁଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହି ଆପ୍ସକୁ ୭ଲକ୍ଷରୁ ଅଧିକ ଥର ଡାଉନଲୋଡ କରାଯାଇଛି।
Malware: ଏହା ଏକ କମ୍ପ୍ୟୁଟର ସଫ୍ଟଓ୍ଵାର। କମ୍ପ୍ୟୁଟରରେ ଏହା ତଥ୍ୟ ଚୋରି କରିବା ପାଇଁ ବ୍ୟବହାର କରାଯାଏ।
ଏହି ସମ୍ବେଦନଶୀଳ ଆପ୍ସ ଫଟୋ ଏଡିଟର, ବଲପେପର, ପଜଲ୍ସ, କିବୋର୍ଡ ସ୍କିନ୍ସ ଏବଂ ଅନ୍ୟ କ୍ୟାମେରା ସମ୍ବନ୍ଧିତ ଆପ୍ ରେ ସାମ୍ନାକୁ ଆସିଥାଏ। ଏମ୍ବେଡେଡ ମାଲେଓ୍ଵୟାର ଏସଏମଏସ ନୋଟିଫିକେସନ ସାହାଯ୍ୟରେ ହ୍ୟାକର୍ସମାନେ ଏହାକୁ ହାଇଜାକ କରିଥାନ୍ତି। ପରେ ଅପ୍ରତିହତ(unauthorized) ଭାବେ ଜିନିଷ କିଣିଥାନ୍ତି।

google play storeକୁ ଏମିତି ଧୋକ୍କା ଦିଏ:
-ରିପୋର୍ଟ ଅନୁଯାୟୀ, ପ୍ରଥମେ ଏହି ଆପ୍ସ ରିଭିୟୁ ପାଇଁ ଉଚିତ ତଥ୍ୟ ପ୍ରଦାନ କରି google play store ମାଧ୍ୟମରେ ଅପଡେଟ କରାଯାଏ। ପରେ ଏଥିରେ ମାଲିସିୟସ କୋର୍ଡ଼ ଦିଆଯାଏ।
– McAfee Mobile Security android/ Etinuରେ ଏହା ସଂପର୍କରେ ଜାଣି ମୋବାଇଲ ୟୁଜର୍ସଙ୍କୁ ଏଥିପାଇଁ ସତର୍କ ରହିବାକୁ କହିଥିଲେ।
-ଏହି ଆପ୍ସରେ ଥିବା malware dyanamic code ଲୋଡିଂର ଫାଇଦା ଉଠାଇଥାଏ। ଏହା ଏନ୍କି୍ରପ୍ଟେଡ ପିଲୋଡ ‘cache.bin,’ ‘settings.bin,’ ‘data.droid,’ କିମ୍ବା ‘png’ ଫାଇଲ ଭଳି ନାମର ବ୍ୟବହାର କରି Assist folderରେ ରହିଥାଏ।
ଏହି ୮ଟି ଆପ୍ସ ଆପଣଙ୍କ ଆଣ୍ଡ୍ରଏଡ ଡିଭାଇସରେ ରହିଥିଲେ ତୁରନ୍ତ ଡିଲେଟ କରନ୍ତୁ।
1-com.studio.keypaper2021
2-com.pip.editor.camera
3-org.my.favorites.up.keypaper
4-com.super.color.hairdryer
5-com. Ce1ab3.app.photo.editor
6-com.hit.camera.pip
7-com.daynight.keyboard.wallpaper
8-com.super.star.ringtones
ରିପୋର୍ଟ ଅନୁଯାୟୀ ଏହା key management ସର୍ଭରକୁ ଉପଯୋଗ କରିବା ସହ ଏଥିରେ self-update function ମଧ୍ୟ ରହିିଛି। ମେସେଜ ନୋଟିଫିକେସନକୁ ଏହା ହାଇଜାକ କରିଥାଏ। ପରେ ତଥ୍ୟକୁ ଆଣ୍ଡ୍ରଏଡ ଜୋକର Malware ରୂପେ ଚୋରି କରିଥାଏ।