RITES ରେ ବମ୍ପର ଭର୍ତ୍ତି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ବିନା ପରୀକ୍ଷାରେ ମିଳିବ ଚାକିରି । ଓ୍ଵାକ୍ ଇନ ଇଣ୍ଟରଭ୍ୟୁ ଦେଇ ପାଆନ୍ତୁ ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନମିକ ସର୍ଭିସରେ ଚାକିରି । ଆବେଦନ କରିବାର ଶେଷ ତାରିଖ ୭ ଅଗଷ୍ଟ ରହିଛି ।

ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନମିକ ସର୍ଭିସରେ ଅନେକ ପଦବୀ ଖାଲିପଡିଛି । ଏଠାରେ ଡ୍ରାଫଟ୍ସମ୍ୟାନ୍ ସହିତ ଅନ୍ୟ ପଦବୀ ଖାଲିପଡିଛି । ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୭ ଅଗଷ୍ଟ ସନ୍ଧ୍ୟା ୫ ପୂର୍ବରୁ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ rites.com କୁ ଯାଇ ଆବେଦନ କରିପାରିବେ । ବ୍ୟାଚଲର ଡିଗ୍ରୀ କରିଥିବା ଯୁବପିଢି ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୧୧
ସିଭିଲ ଇଂଜିନିୟର, ସ୍ପେଶାଲିଷ୍ଟ, ଜୁନିଅର ଡିଜାଇନ ଇଂଜିନିୟର, ଜୁନିଅର ଡିଜାଇନ ଇଂଜିନିୟର, ଡ୍ରାଫ୍ଟସମ୍ୟାନ ପଦବୀ ରହିଛି ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୭ ଅଗଷ୍ଟ ସନ୍ଧ୍ୟା ୫ଟା ରହିଛି ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ୍ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧିତ କ୍ଷେତ୍ରରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ପ୍ରାର୍ଥୀଙ୍କ ପାଖରେ ୨-୫ ବର୍ଷ କାର୍ଯ୍ୟ ଅଭିଜ୍ଞତା ଥିବା ଜରୁରୀ ।
କେମିତି ହେବ ଚୟନ :
ପ୍ରାର୍ଥୀଙ୍କ ଚୟନ ଓ୍ଵାକ୍-ଇନ-ଇଣ୍ଟରଭ୍ୟୁ ଜରିଆରେ ହେବ । ଓ୍ଵାକ୍ ଇନ ଇଣ୍ଟରଭ୍ୟୁ ଆଜିଠାରୁ ଅର୍ଥାତ୍ ୨୮ ଜୁଲାଇରୁ ଆରମ୍ଭ ହେଉଛି । ଯେଉଁମାନେ ୨୭ ଜୁଲାଇ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିଛନ୍ତି, ସେମାନେ ସାକ୍ଷାତକାର ପାଇଁ NEDFI House, RITES Limited, 4th Floor, Ganesh Puri, Guwahati, 781006 ଠିକଣାକୁ ଯିବାକୁ ହେବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.rites.com/Upload/Career/237_23-254_23_pdf-2023-Jul-25-17-15-25.pdf