LLB କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ଜୁନିଅର ଲିଗାଲ ଅଫିସର ପଦବୀ
ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଜୁନିଅର ଲିଗାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଲଏଲବି ପାସ୍ କରିଥିବା ଯୁବପିଢି ତୁରନ୍ତ କରନ୍ତୁ ଆବେଦନ ।

ଏଲଏଲବି ପାସ୍ କରିଥିବା ଯୁବପିଢିଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଜୁନିଅର ଲିଗାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rpsc.rajasthan.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୯ ଅଗଷ୍ଟ ଭିତରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୪୦
ଜୁନିଅର ଲିଗାଲ ଅଫିସର
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସରେ ଛାଡ୍ ମିଳିବ । ଆବେଦନ ସମୟରେ ପ୍ରାର୍ଥୀ ଜାତି ପ୍ରମାଣ ପତ୍ର ଦେବା ଜରୁରୀ ।
ଆବେଦନ ଶୁଳ୍କ : ସାମାନ୍ୟ ବର୍ଗ, ପଛୁଆ ବର୍ଗ, EBC, ପ୍ରାର୍ଥୀ ୬୦୦ ଟଙ୍କା ଏବଂ EWS, ଅନୁସୂଚିତ ଜାତି ଏବଂ ଅନ୍ୟ ସଂରକ୍ଷିତ ବର୍ଗଙ୍କୁ ୪୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।
କେମିତି କରିବେ ଆବେଦନ :
ଆରପିଏସସିର ଅଫିସିଆଲ ୱେବସାଇଟ rpsc.rajasthan.gov.in କୁ ଯାଆନ୍ତୁ।
ହୋମ ପେଜରେ ଆରପିଏସସି ଅନଲାଇନ ଟାବ୍ରେ କ୍ଲିକ୍ କରନ୍ତୁ ।
ଏବେ ଅନଲାଇନ ଆପ୍ଲାଏ କରନ୍ତୁ ।
ରେଜିଷ୍ଟ୍ରେସନ କରିବା ପରେ ଆବେଦନ ଆରମ୍ଭ କରନ୍ତୁ ।
ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ଏବଂ ଆବେଦନ ଶୁଳ୍କ ଭରନ୍ତୁ ।
ଏହାକୁ ସବମିଟ୍ କରନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://rpsc.rajasthan.gov.in/Static/RecruitmentAdvertisements/C5EEC6F6FE3346D5821CEC6FF8DC7F06.pdf