୯୦୦୦ରୁ ଉର୍ଦ୍ଧ୍ବ ପଦବୀ ପାଇଁ ରେଲୱେ ବୋର୍ଡର ବଡ ଘୋଷଣା, ଜାଣନ୍ତୁ କିପରି କରିବେ ଆବେଦନ

ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB)ର ୯୦୦୦ରୁ ଉର୍ଦ୍ଧ୍ବ ରେଲୱେ ଡ୍ରାଇଭର ନିଯୁକ୍ତି ପାଇଁ ବଡ ଘୋଷଣା । ଇଚ୍ଛୁକ ପ୍ରାର୍ଥୀଙ୍କୁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଆଜିଠାରୁ ଅର୍ଥାତ୍ ୧୦ଏପ୍ରିଲରୁ  ଆବେଦନ ପ୍ରକ୍ରିୟା ଲାଗୁ ହୋଇଛି । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଆବେଦନକାରୀମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୯୦୦୦ରୁ ଉର୍ଦ୍ଧ୍ବ

ଆବେଦନ ତାରିଖ : ୧୦ଏପ୍ରିଲଠାରୁ ମେ ୯ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁରହିବ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଆଇଟିଆଇ, ଗ୍ରାଜୁଏସନ  ଏବଂ ଡିପ୍ଲୋମାରେ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଜେନେରାଲ, ଓବିସି ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ ହୋଇଥିବାବେଳେ ଏସଟି, ଏସସି, PWD ଏବଂ ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ୨୫୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଆରଆରବି ର ୱେବସାଇଟକୁ ଯାଆନ୍ତୁ ।

ଆରଆରବି  ଏଏଲପି ଭର୍ତ୍ତି ସମ୍ବନ୍ଧୀୟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ରେଜିଷ୍ଟ୍ରେସନ ଅପସନକୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ ।

ପରେ ଆବେଦନ ଫର୍ମକୁ ପୂରଣ କରନ୍ତୁ ।

ଫର୍ମ ପୂରଣ ପରେ ଧାର୍ଯ୍ୟ ହୋଇଥିବା ଶୁଳ୍କ ଭରନ୍ତୁ ।

ଶେଷରେ ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

 

Also Read :NPCIL ନିଯୁକ୍ତି ପାଇଁ ୪୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ