ପାକିସ୍ତାନର ପରଭେଜ ମୁଶାରଫଙ୍କ ସହ ଅଭିନେତା ସଞ୍ଜୟ ଦତ୍ତଙ୍କ ଫଟୋ ଭାଇରାଲ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଦୁବାଇରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ଭେଟିଛନ୍ତି । ଯାହାର ଇଣ୍ଟରନେଟରେ ଛାଇ ଯାଇଛି । ଫଟୋରେ ମୁଶାରଫ ଏକ ହ୍ଵିଲ ଚେୟାରରେ ବସିଥିବା ବେଳେ ସଞ୍ଜୟ ଦତ୍ତ କେଉଁଆଡକୁ ପଏଣ୍ଟ କରୁଛନ୍ତି । ତେବେ ଦୁହେଁ କିଭଳି ଓ କେମିତି ଭେଟିଲେ ଯଦିଓ ତାହା ଜଣାପଡିନାହିଁ କିନ୍ତୁ ଅନ୍ୟାନ୍ୟ ରିପୋର୍ଟରେ ଦର୍ଶାଯାଇଛି ଯେ ସଞ୍ଜୟ ଓ ମୁଶାରଫଙ୍କର ହଠାତ ସାକ୍ଷାତ ହୋଇଥିଲା ।
ପୂର୍ବତନ ସାମରିକ ଶାସକ ମୁଶାରଫ ଅନେକ ଆଇନଗତ ମମଲାରେ ସମ୍ମୁଖୀନ ହୋଇଛନ୍ତି । ସେ ଚିକିତ୍ସା ପାଇଁ ୨୦୧୬ରେ ୟୁଏଇ ଛାଡିଥିଲେ ଏବଂ ସେବେଠାରୁ ଫେରିନାହାନ୍ତି । କହିରଖୁଛୁ ୧୯୯୯ରେ ଭାରତ ସହ କାର୍ଗିଲ ଯୁଦ୍ଧ ସମୟରେ ସେ ପାକିସ୍ତାନ ସେନାମୁଖ୍ୟ ଥିଲେ ।