ଆଡମ୍ବର ସହକାରେ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମଦିନ ପାଳନ

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ସତ୍ୟସାଇ ମନ୍ଦିରରେ ୯୯ତମ ବାବାଙ୍କ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅନୁଷ୍ଠାନ ଦୀର୍ଘ ବହୁ ବର୍ଷ ଧରି ଏଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଆସୁଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବାବାଙ୍କ ଜନ୍ମଦିନ ବହୁ ଆଡମ୍ବର ସହକାରେ ସତ୍ୟ ସାଇ ଭକ୍ତଙ୍କ ଗହଣରେ ପାଳିତ ହୋଇଯାଇଛି ।

ପ୍ରଥମେ ସକାଳୁ ବାବାଙ୍କ ସମସ୍ତ ପୂଜା ଅର୍ଚ୍ଚନା ସାରିବା ପରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହିତ ନଗର ପରିକ୍ରମା, ନାରାୟଣ ସେବା ସହିତ ବସ୍ତ୍ର ବଣ୍ଟନ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଭଜନ କୀର୍ତନ ସହିତ ଛୋଟ କୁନି ପିଲା ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହା ପରେ ବାବାଙ୍କ ଜନ୍ମଦିନର କେକ କଟାଯାଇଥିଲା । ଏହା ସହିତ ଆତସ ବାଜିରେ ସହର ପୁରୀ ଉଠିଥିଲା ।

ଏହି ଭକ୍ତ ମାନେ ଦୀର୍ଘ ବର୍ଷ ହେବ ସୋରଡା ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଅଞ୍ଚଳର ଯେକୌଣସି ଯାତ୍ରା ହେଉ କିମ୍ବା ମେଳାରେ ଲୋକଙ୍କୁ ପାନୀୟ ଜଳ ପ୍ରଦାନ କରିବା ସହିତ ମେଡିକାଲ୍ ସୁବିଧା ଯୋଗାଇଥାନ୍ତି । ଏହା ସହିତ ବୃକ୍ଷ ରୋପଣ ବି କରିଥାନ୍ତି । ତେବେ ଏହି କାର୍ଯ୍ୟକ୍ରମ ଶେଷରେ ବହୁ ଭକ୍ତ ଏକାଠି ହୋଇ ପ୍ରସାଦ ସେବନ କରିଥିଲେ । ଏଭଳତ ଏକ ଆଧ୍ୟାତ୍ମିକ ପରିବେଶରେ ଉପସ୍ଥିତ ରହି ସଭିଏଁ ଖୁସି ବ୍ୟକ୍ତ କରିଥିଲେ ।