SBI ରେ ୬୦୦ ପିଓ ପାଇଁ ତୁରନ୍ତ କରନ୍ତୁ ଆବେଦନ, ୧୬ ଜାନୁଆରୀ ଶେଷ ତାରିଖ

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାରତୀୟ ଟେଷ୍ଟ ବ୍ୟାଙ୍କରେ ଖାଲିପଡିଛି ୬୦୦ ପିଓ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୦୦ (ପ୍ରୋବେସନାରୀ ଅଫିସର)
ସାଧାରଣ ବର୍ଗ: ୨୪୦
ଓବିସି : ୧୫୮
EWS : ୫୮
ଅନୁସୂଚିତ ଜାତି : ୮୭
ଅନୁସୂଚିତ ଜନଜାତି : ୫୭
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୭ ଡିସେମ୍ବରରୁ ଆରମ୍ଭ ହେଉଥିବା ବେଳେ ଶେଷ ୧୬ ଜାନୁଆରୀ ୨୦୨୫ରେ ହେବ । ଏଥିପାଇଁ ପରୀକ୍ଷା ୨୦୨୫ରେ ହେବ । ଅନଲାଇନ ପରୀକ୍ଷା ୮ରୁ ୧୫ ମାର୍ଚ୍ଚ ମଧ୍ୟରେ ହେବ । ଅନଲାଇନ ପ୍ରାରମ୍ଭିକ ପରୀକ୍ଷାର ଫଳାଫଳ ଏପ୍ରିଲ ୨୦୨୫ରେ ଘୋଷଣା ହେବ । ମେନ୍ ପରୀକ୍ଷା କଲ୍ ଲେଟର ଏପ୍ରିଲ ୨୦୨୫ ଦ୍ବିତୀୟ ସପ୍ତାହରେ ହେବ ।
ଅନଲାଇନ ମେନ ପରୀକ୍ଷା ଏପ୍ରିଲ/ମଇ ୨୦୨୫ ଏବଂ ପରୀକ୍ଷା ଫଳ ମଇ/ଜୁନ୍ ୨୦୨୫ରେ ଆସିବ ।
ଶିକ୍ଷାଗତ ଯୋଗ୍ୟତା : କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ବର୍ଷ ରହିଛି । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ପାଇଁ ୩ ବର୍ଷ ଛାଡ୍ ମିଳିବ।
ଚୟନ ପ୍ରକ୍ରିୟା :
ପ୍ରାର୍ଥୀଙ୍କ ଚୟନ ପ୍ରିଲିମ୍ସ, ମେନ୍ସ, ସାଇକୋମୋଟ୍ରିକ ଟେଷ୍ଟ ଜରିଆରେ ହେବ । ପ୍ରିଲିମ୍ସରେ ପ୍ରଦଶର୍ନ ଆଧାରରେ ମେନ୍ ପରୀକ୍ଷା ପାଇଁ ଡକାଯିବ । ମେନ୍ ରେ ପାସ୍ ହେବା ପରେ ସାଇକ୍ରୋମୋଟ୍ରିକ ଟେଷ୍ଟ ପାଇଁ ଡକାଯିବ ।
ଦରମା : ପ୍ରାର୍ଥୀଙ୍କୁ ଦରମା ମାସକୁ ୪୮,୪୮୦ ସହିତ ଡିଏ, ଏଚଆରଏ ସମତେ ଅନେକ ଭତ୍ତା ମିଳିବ ।
ଆବେଦନ ଶୁଳ୍କ : ସାଧାରଣ ଏବଂ ଓବିସି/EWS ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ଦିବ୍ୟାଙ୍ଗ ନିଶୁଳ୍କ ଆବେଦନ କରିପାରିବେ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।