SBI ରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ଷ୍ଟେଟ ବ୍ୟାଙ୍କରେ ଚାକିରି ସୁଯୋଗ । SBI ରେ SCO ପାଇଁ ପଦବୀ ଖାଲି । ଜୁନ୍ ୨୧ ଭିତରେ ତୁରନ୍ତ କରନ୍ତୁ ଆବେଦନ । ଏସବିଆଇ ଭର୍ତ୍ତି ୨୦୨୩ ପାଇଁ ଅନଲାଇନ ଆବେଦନ କରିପାରିବେ ।

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲିପଡିଛି । ଏସବିଆଇରେ ଅଫିସର ପଦବୀ ତୁରନ୍ତ କରନ୍ତୁ ଆବେଦନ । ଏହି ଭର୍ତ୍ତି ପାଇଁ ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରନ୍ତୁ । ଏସବିଆଇ ଭର୍ତ୍ତି ୨୦୨୩ ପାଇଁ ଅନଲାଇନ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀ ୨୧ ଜୁନ୍ ପର୍ଯ୍ୟନ୍ତ କରିପାରିବେ ଆବେଦନ ।
ପଦବୀ ବିବରଣୀ : ୨୮
ଭାଇସ ପ୍ରେସିଡେଣ୍ଟ(ଟ୍ରାନ୍ସଫରମେସନ) : ୧
ସିନିଅର ସ୍ପେଶାଲ ଏକୁଜିକ୍ୟୁଟିଭ (ପ୍ରୋଗ୍ରାମ ମ୍ୟାନେଜର) : ୪
ସିନିଅର ସ୍ପେଶାଲ ଏକୁଜିକ୍ୟୁଟିଭ (କ୍ବାଲିଟି ଆଣ୍ଡ ଟ୍ରେନିଂ) : ୧
ସିନିଅର ସ୍ପେଶାଲ ଏକୁଜିକ୍ୟୁଟିଭ (କମାଣ୍ଡ ସେଣ୍ଟର) : ୩
ସିନିଅର ଭାଇସ ପ୍ରେସିଡେଣ୍ଟ ଆଣ୍ଡ ହେଡ୍(ମାର୍କେଟିଂ) : ୧
ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର(ମାର୍କେଟିଂ)/ଚିଫ୍ ମାର୍କେଟିଂ: ୧୮
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୧, ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନ କରିଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ଆବେଦନକାରୀ ପ୍ରାର୍ଥୀ ସର୍ଟଲିଷ୍ଟିଂ, ଇଣ୍ଟରଭିୟୁ ଏବଂ ସାକ୍ଷାତକାର ମାଧ୍ୟମରେ ହେବ ।
ଆବେଦନ ଶୁଳ୍କ : ସାଧାରଣ / EWS/OBC ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି/ PWD ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟ୍କୁ ଯାଇ କ୍ଲିକ୍ କରନ୍ତୁ ।
ତା’ ପରେ ‘Recruitment Of Special Cadre Officer’ କ୍ଲିକ୍ କରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ତା’ ପରେ ଫର୍ମ ସବମିଟ୍ କରନ୍ତୁ ।
ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :