ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି
ରିଟାୟର୍ଡ ବ୍ୟାଙ୍କ ଅଫିସରଙ୍କ ପାଇଁ ବଢିଆ ମଉକା । ଏସବିଆଇ ପକ୍ଷରୁ ରିଟାୟର୍ଡ ବ୍ୟାଙ୍କ ଅଫିସର ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରୁଛି । ପରୀକ୍ଷା ନୁହେଁ ଇଣ୍ଟରଭୁ୍ୟ ମାଧ୍ୟମରେ ହେବ ଚୟନ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବମ୍ପର ଭର୍ତ୍ତି । ଯେଉଁମାନେ ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ସେମାନେ ନିଶ୍ଚିତ ଆବେଦନ କରିପାରିବେ । ଏସବିଆଇ ପକ୍ଷରୁ ରିଟାୟର୍ଡ ବ୍ୟାଙ୍କ ଅଫିସର ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରୁଛି । ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ । ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କେବଳ ଅନଲାଇନ ହେବ, ଅନ୍ୟ କୌଣସି ମାଧ୍ୟମରେ ଆବେଦନ ସ୍ବୀକାର କରାଯିବ ନାହିଁ ।
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୫ ଜୁନ୍ରୁ ଆରମ୍ଭ ହେଉଥିବା ବେଳେ ଶେଷ ୬ ଜୁଲାଇ ୨୦୨୩ରେ ହେବ । ତେଣୁ ସମୟ ସୀମା ମଧ୍ୟରେ ଆବେଦନ କରିନେବା ଉଚିତ ।
ପଦବୀ ବିବରଣୀ : ୧୯୪
ଏଫଏଲସି କାଉନସିଲର : ୧୮୨
ଏଫଏଏସି ଡାଇରେକ୍ଟର : ୧୨
ଏହା ବିଷୟରେ ଜାଣିବା ପାଇଁ bank.sbi.careers କୁ ଯାଇ ଅଧିକ ବିବରଣୀ ଜାଣିପାରିବେ ।
କେଉଁମାନେ କରିପାରିବେ ଆବେଦନ :
ଖାଲିପଡିଥିବା ପଦବୀ ରିଟାୟର୍ଡ ଅଫିସରଙ୍କ ପାଇଁ ହେଉଛି । ତେଣୁ କୌଣସି ଡିଗ୍ରୀ ବିଷୟରେ ଉଲ୍ଲେଖ ନାହିଁ । କେବଳ କାଉନସିଲର ପଦବୀ ପାଇଁ ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା କହିବା, ଲେଖିବା ଏବଂ ପଢି ଆସୁଥିବା ଜରୁରୀ । ଏହାସହିତ ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୬୦ରୁ ୬୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଦରମା : ପ୍ରାର୍ଥୀଙ୍କୁ ଦରମା ପଦବୀ ଅନୁସାରେ ମିଳିବ । ମାସିକ ୩୫,୦୦୦ ଟଙ୍କାରୁ ଆରମ୍ଭ କରି ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଯାହା ୧୦୦ ମାର୍କର ରହିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :