SBI ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ
SBI ରେ ରିଜଲଭର ପଦବୀ ଖାଲି । ରିଟାୟର୍ଡ ବ୍ୟାଙ୍କ ଅଫିସର କରିପାରିବେ ଆବେଦନ । ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିନାହିଁ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ରିଜଲଭର ପଦବୀ ପାଇଁ ଭର୍ତ୍ତି ଗ୍ରହଣ କରାଯାଉଛି । ଏଥିପାଇଁ ରିଟାୟର୍ଡ ବ୍ୟାଙ୍କ ଅଫିସର ଆବେଦନ କରିପାରିବେ । ଏଠାରେ ୯୪ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଏଥିପାଇଁ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟ୍ sbi.co.in କୁ ଯିବାକୁ ହେବ ।
ପଦବୀ ବିବରଣୀ : ୯୪
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ନଭେମ୍ବର ୨୦୨୩ ରହିଛି । ଆବେଦନ କେବଳ ଅନଲାଇନ ହେବ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ବିଶେଷ ଯୋଗ୍ୟତା ଦରକାର ନାହିଁ । ଏସିବିଆଇ ରିଟାୟର୍ଡ ଅଫିସର ପଦବୀରେ ଆବେଦନ କରିବା ପାଇଁ ପ୍ରାଥମିକତା ଦିଆଯିବ । ସେମାନଙ୍କ ପାଖରେ ଅନୁଭବ, କାମ କରିବାର ଅଭିଜ୍ଞତା, ଯୋଗ୍ୟତା ଥିବା ଜରୁରୀ ।
ଚୟନ ପ୍ରକ୍ରିୟା :
ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଆବେଦନ କରିବା ପରେ ଡକ୍ୟୁମେଣ୍ଟ ଆଧରରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଯେଉଁମାନେ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବେ, ସେମାନେ ସାକ୍ଷାତକାର କରିବା ପରେ ନିଯୁକ୍ତି ମିଳିବ ।
ଆବେଦନ ଶୁଳ୍କ : ଏହି ପଦବୀ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ । ଅନ୍ୟ ବିବରଣୀ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ୍ କରନ୍ତୁ ।