SBI ରେ ବମ୍ପର ଭର୍ତ୍ତି, ଆବେଦନ ପ୍ରକ୍ରିୟା ଆରମ୍ଭ
SBI ରେ ଖାଲିପଡିଛି ବିଜନେସ କରେନ୍ସପଣ୍ଡେଣ୍ଟ ଫ୍ୟାସିଲିଟେଟର ପଦବୀ । ୮୬୮ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ପ୍ରାର୍ଥୀ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଖାଲିପଡିଥିବା ୮୬୮ ପଦବୀ ପାଇଁ ଆବେଦନ କରିପାରିବେ। ବିଜନେସ କରେନ୍ସପଣ୍ଡେଣ୍ଟ ଫ୍ୟାସିଲିଟେଟର ପଦବୀ ପାଇଁ ଖାଲି ପଡିଛି । ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ । ଏଥିରେ ଭୁବନେଶ୍ୱର ପାଇଁ ୫୨ ପଦବୀ ଖାଲିପଡିଛି ।
ପଦବୀ ବିବରଣୀ : ୮୬୮
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଖାଲି ପଡିଥିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଏସବିଆଇରୁ ରିଟାୟର୍ଡ ହୋଇଥିଲେ ମଧ୍ୟ କରିପାରିବେ ଆବେଦନ ।
ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୬୫ ବର୍ଷ ରହିଛି ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ । ଇଣ୍ଟରଭ୍ୟୁ ପରେ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଆନ୍ତୁ ।
ଏହାପରେ ହୋମପେଜରେ ରେଜିଷ୍ଟ୍ରେସନ କରନ୍ତୁ ।
ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ ଫର୍ମ ପୂରଣ କରି ସବମିଟ୍ କରନ୍ତୁ ।
ଏହାପରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :