SBI ରେ ଭର୍ତ୍ତି ସୁଯୋଗ, ଚୟନିତ ପ୍ରାର୍ଥୀଙ୍କୁ ମିଳିବ ବଢିଆ ଦରମା
SBIରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆବେଦନ ୧୩ ଫେବୃଆରୀରୁ ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ ଫର୍ମ ଭରିପାରିବେ ।

ବ୍ୟାଙ୍କ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ଏସବିଆଇ ଆଣିଛି ବଢିଆ ସୁଯୋଗ । ଏଠାରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆବେଦନ ୧୩ ଫେବୃଆରୀରୁ ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ ଫର୍ମ ଭରିପାରିବେ । ଏଥିପାଇଁ ରେଜିଷ୍ଟ୍ରେସନ ଲିଙ୍କ ଖୋଲିଦିଆଯାଇଛି ।
ପଦବୀ ବିବରଣୀ : ୧୩୧
ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର, ଡେପୁଟି ମ୍ୟାନେଜର, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର, ସର୍କଲ ଡିଫେନ୍ସ ବ୍ୟାଙ୍କିଂ ଆଡଭାଇଜରୀ ।
ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୧୩ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୪ ମାର୍ଚ୍ଚ ୨୦୨୪ରେ ହେବ ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ଭିନ୍ନ ଭିନ୍ନ ରହିଛି ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷାରେ ହେବ ।
ଦରମା : ଚୟନ ମୁତାବକ ଦରମା ଅଲଗା ଅଲଗା ମିଳିବ । ଡେପୁଟି ମ୍ୟାନେଜର ଦରମା ୪୮ ହଜାରରୁ ୬୯ ହଜାର ରହିଥିବା ବେଳେ ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ୬୩ ହଜାରରୁ ୭୮ ହଜାର ମଧ୍ୟରେ ରହିଛି ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।