ରେଲୱେରେ ଖାଲି ପଦବୀ ଭର୍ତ୍ତି ପାଇଁ SECR ର ଘୋଷଣା, ଜାଣନ୍ତୁ କିପରି କରିବେ ଆବେଦନ

ରେଲୱେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନାଗପୁର ଡିଭିଜନରେ ଆପ୍ରେଣ୍ଟିସ୍ ନିଯୁକ୍ତି ଭର୍ତ୍ତି ପାଇଁ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ(SECR) ଘୋଷଣା କରିଛନ୍ତି । ଏହି ନିଯୁକ୍ତିରେ ୧୫ବର୍ଷରୁ ଉର୍ଦ୍ଧ୍ବ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୫ ଏପ୍ରିଲରୁ ଆରମ୍ଭ ହୋଇଛି । ଆବେଦନ ପାଇଁ କୌଣସି ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ୫୦ପ୍ରତିଶତ ମାର୍କ ରଖିଥିବା ଜରୁରୀ । ୧୦ମ, ଆଇଟିଆଇ ଏବଂ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ ।
ଆବେଦନ ତାରିଖ : ୫ଏପ୍ରିଲରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଚୟନ ପ୍ରକ୍ରିୟା : ୧୦ମ ଏବଂ ଆଇଟିଆଇ ସାର୍ଟିଫିକେଟ ଆଧାରରେ ଚୟନ କରାଯିବ । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଅଥବା ଉଣ୍ଟରଭ୍ୟୁ କରାଯିବ ନାହିଁ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଆବେଦନକାରୀ ଅପ୍ରେଣ୍ଟିସ୍ ପୋର୍ଟାଲକୁ ଯାଆନ୍ତୁ ।
ରେଜିଷ୍ଟ୍ରେସନ ଆଜ୍ ଏ କ୍ୟାଣ୍ଡିଡେଟ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଲଗଇନ୍ ଆଜ୍ ଏ କ୍ୟାଣ୍ଡିଡେଟ ଲିଙ୍କ୍ ଉପରେ କ୍ଲିକ୍ କରି ଜରୁରୀ ବିବରଣୀ ପୂରଣ କରନ୍ତୁ ।
ଶେଷରେ ଫର୍ମକୁ ସବମିଟ କରନ୍ତୁ ।
Also Read : ପୋଲିସ ଚାକିରି ପାଇଁ ୧୨୯୯ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ