TRAIରେ ସିନିୟର ରିସର୍ଚ୍ଚ ଅଫିସର ପଦବୀ ପଡିଛି ଖାଲି, ଜାଣନ୍ତୁ କଣ ରହିଛି ଆବେଦନ ପ୍ରକ୍ରିୟା

ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ(TRAI)ରେ ସିନିୟର ରିସର୍ଚ୍ଚ ଅଫିସର ପାଇଁ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଗୋଟିଏ ନୋଟିଫିକେସନ ଜାରି କରାଯାଇଛି । ଏହି ନିଯୁକ୍ତି ୩ବର୍ଷ ପାଇଁ ଡେପୁଟେସନ ଆଧାରରେ କରାଯିବ। ଇଚ୍ଛୁକ ପ୍ରାର୍ଥୀଙ୍କୁ ସପ୍ତମବେତନ ଆୟୋଗ ଅନୁସାରେ ବେତନ ସ୍ତର-୧୧୬୭,୭୦୦-୨,୦୮,୭୦୦ ସହିତ DA, HRA ଭଳି ଅନ୍ୟାନ୍ୟ ଭତ୍ତା ମଧ୍ଯ ଦିଆଯିବ । ଇଚ୍ଛୁକ ଅର୍ଥାତ୍ ଯୋଗ୍ୟ ପ୍ରାର୍ଥୀ ୧୩ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନଲାଇନ୍ ପ୍ରକ୍ରିୟାରେ ଆବେଦନ କରିପାରିବେ। ଅଧିକ ବିବରଣୀ ପାଇଁ TRAI ର ୱେବସାଇଟକୁ ଯାଇ ଚେକ୍ କରିପାରିବେ।

ଜରୁରୀ ତାରିଖ : ଆବେଦନକାରୀ ୧୩ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଯେକୌଣସି ଷ୍ଟ୍ରିମରେ ଗ୍ରାଜୁଏସନ ସହିତ CA/ICWA ରେ ସଦସ୍ୟତା ରହିବା ଆବଶ୍ୟକ । ଟେଲିକମ୍ୟୁନିକେସନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଭିଜ୍ଞତା ଥିବା ଜରୁରୀ । ଅଭିଜ୍ଞ ଥିବା ବ୍ୟକ୍ତିଙ୍କୁ ଯୋଗ୍ୟ ବିବେଚିତ କରାଯିବ।

ବୟସ ସୀମା : ନିଯୁକ୍ତି ପାଇଁ ଆବେଦନକାରୀଙ୍କ ବୟସସୀମା ୫୬ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।

କେଉଁଠି ମିଳିବ ନିଯୁକ୍ତି : ଦିଆଯାଇଥିବା ନୋଟିଫିକେସନ ଅନୁସାରେ ଚୟନପ୍ରାର୍ଥୀଙ୍କୁ TRAIର ମୁଖ୍ୟାଳୟ ଏବଂ ଦିଲ୍ଲୀରେ ନିଯୁକ୍ତି ଦିଆଯିବ ।

ଆବେଦନ ପ୍ରକ୍ରିୟା :

ଇଚ୍ଛୁକ ପ୍ରାର୍ଥୀ TRAI ର ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ଆବେଦନକାରୀମାନେ ନିଜର ଜରୁରୀ ଡକ୍ୟୁମେଣ୍ଟଗୁଡିକୁ ଦେଇ ଫର୍ମ ପୂରଣ କରିବା ଆବଶ୍ୟକ।

ସିନିୟର ରିସର୍ଚ୍ଚ ଅଫିସର(A &P), ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅପ୍ ଇଣ୍ଡିଆ, ୱର୍ଲଡ ସେଣ୍ଟର, ୬ ମହଲା, ଟାୱାର-F, ନାଓରାଜି ନଗର, ଦିଲ୍ଲୀ-୧୧୦୦୨୯ ଠିକଣା ଅନୁଯାୟୀ ସତର୍କତାର ସହ ଆବେଦନ କରିବା ଉଚିତ୍ ।

ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟାକୁ ସମାପନ କରିବା ଜରୁରୀ ।

Also Read : DFCCIL ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ