ପୁରୁଷଙ୍କ ଯୌନ କ୍ଷମତା ବୃଦ୍ଧି କରେ ହାଣ୍ଡିଶାଳରେ ବ୍ୟବହାର କରାଯାଉଥିବା ଏସବୁ ମସଲା

ଭାରତୀୟ ଖାଦ୍ୟରେ ବିଭିନ୍ନ ପ୍ରକାରର ମସଲା ବ୍ୟବହୃତ ହୋଇଥାଏ। ଏଣୁ ଆମ ଦେଶର ଖାଦ୍ୟର ସ୍ୱାଦ ସମସ୍ତଙ୍କଠାରୁ ନିଆରା ଓ ସ୍ୱାଦିଷ୍ଟ। ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ଏହି ମସଲାର ପ୍ରୟୋଗ ଆୟୁର୍ବେଦ ଔଷଧରେ ମଧ୍ୟ କରାଯାଏ। ଭାରତୀୟ ହାଣ୍ଡିଶାଳରେ ଏମିତି ଅନେକ ମସଲା ରହିଛି ଯାହାକୁ ଡାକ୍ତରମାନେ ଯୌନ କ୍ଷମତା ବଢ଼ାଇବାକୁ ବ୍ୟବହାର କରିଥାନ୍ତି। ଏହି ମସଲା ଶରୀର ଉପରେ କୌଣସି କୁପ୍ରଭାବ ନ ପକାଇ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା କେଉଁ ସବୁ ମସଲା ଯୌନ କ୍ଷମତା ବଢ଼ାଇବାରେ ସାହାଯ୍ୟ କରେ…
ମେଥି:
ମେଥି ସେପୋନିନ୍ସ ଟେଷ୍ଟୋଷ୍ଟ୍ରେରନ୍ ହରମୋନ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହି ହରମୋନ୍ ପୁରୁଷଙ୍କ କାମ ଇଚ୍ଛା ବଢ଼ାଇଥାଏ।
ଅଳେଇଚ:
ଅଳେଇଚ ଖାଇବା ଦ୍ୱାରା ଶରୀରରେ ଉର୍ଜା ବୃଦ୍ଧି ପାଏ ଓ ଥକାପଣ ଦୂର ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ବେଡ୍ରୁମ୍ରେ ଭଲ ପରଫମାନ୍ସ ଦେଇଥାନ୍ତି ।
କେସର:
କେସର ଖାଇବା ଦ୍ୱାରା ଇଷ୍ଟ୍ରୋଜେନ୍, ସେରୋଟୋନିନ୍ ଓ ଅନ୍ୟାନ୍ୟ ହରମୋନ୍ ବୃଦ୍ଧି ପାଇଥାଏ। କେସର ଚିନ୍ତା ଦୂର କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ।
ଲବଙ୍ଗ:
ଲବଙ୍ଗ ପାଟିକୁ ରାଗ ଲାଗୁଥିବା ବେଳେ ଶରୀରକୁ ଗରମ କରିଥାଏ। ନିୟମିତ ଲବଙ୍ଗ ସେବନ କରିବା ଦ୍ୱାରା ଯୌନ କ୍ଷମତା ବଢ଼େ।
ଜିଂସିଂ:
ପୁରୁଷଙ୍କ ଶରୀରରେ ଦେଖାଦେଉଥିବା ଇରେକ୍ଟାଇଲ ଡିସ୍ଫଙ୍କସନ୍ ସମସ୍ୟା ଦୂର କରିବାରେ ଜିଂସିଂ ସାହାଯ୍ୟ କରେ।
ଜାଇଫଳ:
ପ୍ରାକୃତିକ କାମୋଦ୍ଦୀପକ ଖାଦ୍ୟ ମଧ୍ୟରେ ଜାଇଫଳ ଅନ୍ୟତମ। ଏହା ଭାଏଗ୍ରା ଭଳି କାମ ଦିଏ। ରାତିରେ କ୍ଷୀର ସହ ଅଳ୍ପ ଜାଇଫଳ ମିଶାଇ ଖାଇବା ଦ୍ୱାରା ଯୌନ କ୍ଷମତା ବଢ଼େ।
ଅଦା:
ଅଦା ଖାଇବା ଦ୍ୱାରା ଯୌନ କ୍ଷମତା ସହ ଉତ୍ତେଜନା ବଢ଼େ।
ରସୁଣ:
ପାଓ୍ଵାର ବଢ଼ାଇବା ପାଇଁ ରସୁଣ ସହ କଞ୍ଚା ଲଙ୍କା ଖୁବ୍ ପୁରୁଣା ଔଷଧୀ। ଏହାକୁ ଆୟୁର୍ବେଦରେ ମଧ୍ୟ ବ୍ୟବହାର କରାଯାଏ।
ଅଶ୍ୱଗନ୍ଧା:
ଏହି ଔଷଧୀୟ ଜଡ଼ିବୁଟି ପୁରୁଷଙ୍କ ଯୌନ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ହୋଇଥାଏ। ଅଶ୍ୱଗନ୍ଧା ବୌଦ୍ଧିକ ବିକାଶ କରିବା ସହ କାମଇଚ୍ଛା ବଢ଼ାଇଥାଏ।