ଶାହିଦ ତନୟା ମିଶାଙ୍କ ଜନ୍ମଦିନ ପାର୍ଟିରେ ସର୍ଟସରେ ପହଞ୍ଚିଲେ ମା’ମୀରା, ଦେଖନ୍ତୁ କିଏ ଥିଲେ କିଏ ନଥିଲେ

ଶାହିଦ କପୁର ଓ ମୀରା ରାଜପୁତଙ୍କ କନ୍ୟା ମିଶାଙ୍କ ଜନ୍ମଦିନ ଅଗଷ୍ଟ ୨୬ ତାରିଖରେ ପାଳିତ ହୋଇଛି। ଝିଅ ବର୍ଥ ଡେ ପାଇଁ ଶାହିଦ ବହୁତ ବଡ଼ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡର ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ।

supriya pathak

 

ପାର୍ଟିରେ ଶାହିଦଙ୍କ ମା’ ନୀଳିମା ଅଜୀମ, ପିତା ପଙ୍କଜ କପୁର ଓ ପତ୍ନୀ ସୁପ୍ରିୟା ପାଠକଙ୍କ ସମେତ ଭାଇ ଈଶାନ ଖଟ୍ଟର ମଧ୍ୟ ଯୋଗ ଦେଇଥିଲେ।

inaya naumi

ସୋହା ଅଲ୍ଲୀ ଖାନ୍‌ ଏବଂ କୁନାଲ ଖେମୁ ମଧ୍ୟ ଝିଅ ଇନାୟାଙ୍କ ସହ ପାର୍ଟିରେ ନଜର ଆସିଥିଲେ। ବଲିଉଡର ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କ ଝିଅ ଈଶା ଦେଓଲ ମଧ୍ୟ ପରିବାର ସହ ଏଥିରେ ଯୋଗ ଦେଇଥିଲେ।

 

ଆହୁରି ପଢନ୍ତୁ: ନିର୍ମାଣ ହେବ କଶ୍ମୀରର ଶେଷ ହିନ୍ଦୁରାଣୀଙ୍କ ବାୟୋପିକ୍‌, ଏମିତି କରିବେ ଶତ୍ରୁଙ୍କ ମୁକାବିଲା 

esha deol

ତେବେ ଶାହାରୁଖ ଖାନ୍‌ କିମ୍ବା ପତ୍ନୀ ଗୌରୀ ପାର୍ଟିକୁ ଆସିନଥିବା ବେଳେ ନୀଳ ଟି-ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟରେ ନଜର ଆସିଥିଲେ ପୁଅ ଆବ୍ରାମ ଖାନ୍‌। ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ପାର୍ଟିରେ ଦେଖିବାକୁ ମିଳିଥିଲା।

ତେବେ ମିଶାଙ୍କ ଜନ୍ମଦିନରେ ମିଶାଙ୍କ ଅପେକ୍ଷା ଅଧିକ ଚର୍ଚ୍ଚାରେ ଥିଲେ ମା’ ମୀରା। ପାର୍ଟିରେ ମୀରା ସର୍ଟସ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେହିଭଳି ଶାହିଦ ବ୍ଲୁ ଜ୍ୟାକେଟ୍‌ ଏବଂ ଜିନ୍ସରେ ହ୍ୟାଣ୍ଡସମ୍‌ ଲାଗୁଥିଲେ। ଜନ୍ମଦିନ ପାର୍ଟିରେ ମିଶା ଧଳା ଫ୍ରକ୍‌ରେ ପରୀ ଭଳି ଦେଖାଯାଉଥିଲେ।

rani mukerji

ଝିଅ ଜନ୍ମଦିନ ଫଟୋ ମୀରା ସୋସିଆଲ ମିଡିଆରେ ସେୟାର କରିବା ପରେ ବହୁ ୟୁଜର୍ସ ଏବଂ ସେଲିବ୍ରିଟି କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି। ଶାହିଦଙ୍କ କବୀର ସିଂହ ଫିଲ୍ମ ଷ୍ଟାର କିଆରା ଆଡବାଣୀ, ଗାୟିକା କନିକା କପୁର, ଦିୟା ମର୍ଜା ଏବଂ ଆଶିଷ ଚଞ୍ଚଲାନୀ ପ୍ରମୁଖ ମିଶାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆସନ୍ତା ମାସରେ ଶାହିଦଙ୍କ ପୁଅ ଜୈନଙ୍କୁ ବର୍ଷେ ପୂରିବ।