ସେଲଟର ହୋମ୍ ନିର୍ୟାତନା ଘଟଣା : ବିଭିନ୍ନ ଆଶ୍ରୟ ଗୃହକୁ ଯାଇ ତନାଘନା କରୁଛନ୍ତି NCPCR ଟିମ୍

ଢ଼େଙ୍କାନାଳ (କେନ୍ୟୁଜ୍) : ବେଲଟିକିରି ସେଲଟର ହୋମ୍ ନିର୍ୟାତନା ଘଟଣା ପରେ NCPCR ଟିମ୍ ବିଭିନ୍ନ ଆଶ୍ରୟ ଗୃହକୁ ଯାଇ ତନାଘନା କରୁଛି । ଗଜପତି ଜିଲ୍ଲାରେ ମଧ୍ୟ ପହଂଚିଛି NCPCR ଟିମ୍ । NCPCR କନଷ୍ଟାଲଟା ପାୟଲ ଶର୍ମାଙ୍କ ନେତୃତ୍ୱରେ ୨ଜଣିଆ ଦଳ ବିଭିନ୍ନ ପଞ୍ଜିକୃତ ଆଶ୍ରୟ ଗୃହ ଗୁଡିକର କାଗଜପତ୍ର ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରୁଛି । ଏହି ଦଳରେ ଓସିପିସିଆର ସଦସ୍ୟା ଦିବ୍ୟା ଶାସ୍ୱତୀ, ଜିଲ୍ଲା ସିଡବ୍ଲୁସି ଓ ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।