ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ଷୋଡଶ ଉପଚାରରେ ଚାଲିଛି ପୂଜାର୍ଚନା

ଜଗତସିଂହପୁର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏନେଇ ଚଳଚଞ୍ଚଳ ହେଲାଣି ରାଜ୍ୟର ସମସ୍ତ ଶକ୍ତିପୀଠ । ଦେବୀଙ୍କ ଆସିବାକୁ ନେଇ ସବୁଠି ଚାଲିଛି ପୂର୍ବ ପ୍ରସ୍ତୁତି । ପଲ୍ଲୀ ଠୁ ସହର ଯାଏ ସମସ୍ତେ ଏଥିପାଇଁ ଖୁସି । ମାଆଙ୍କ ଆଗମନ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ପଡ଼ିଥାଏ । ତେବେ ପୀଠର ଗୋଟିଏ ଦିନ ପରେ ମେଢ଼ରେ ମାଆଙ୍କ ନବଦିନାତ୍ମକ ପୂଜାକୁ ପାଳନ କରାଯାଏ ।

ଏନେଇ ଜଗତସିଂହପୁର ମଧ୍ୟ ବାଦ୍‌ ପଡ଼ିନି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିର । ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ ହୋଇଯାଇଛି । ମା’ ଙ୍କର ବିଭିନ୍ନ ବେଶ ସହିତ ଷୋଡଶ ଉପଚାରରେ ଚାଲିଛି ପୂଜାର୍ଚନା । ଆଜି ପବିତ୍ର ମୂଳାଷ୍ଟମୀ ଅବସରରେ ମା’ ଶାରଳାଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ ହୋଇଯାଇଛି ।

ଆଜି ଠାରୁ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପାର୍ବଣ ପୂଜା ମା’ଙ୍କ ପୀଠରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି ପୂଜା ୧୬ ଦିନ ପଡୁଛି । ଏହି ଅବସରରେ ଆଜିଠାରୁ ମା’ ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ ।

ଏଥି ସହିତ ମା’ ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । ପାର୍ବଣକୁ ନେଇ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି । ଏବେ ଠାରୁ ଭକ୍ତଙ୍କ ଆଗମନ ଆରମ୍ଭ ହେଲାଣି । ଭକ୍ତଙ୍କ ଗହଳିରେ ପ୍ରକମ୍ପିତ ହେଉଛି ପୀଠ । ଚଣ୍ଡୀପାଠ ସହିତ ଆରମ୍ଭ ହୋଇଛି ରୀତି ନୀତିରେ ମାଆଙ୍କର ପୂଜାର୍ଚନା । ମନ୍ଦିରରେ ରୀତି ନୀତିରେ ମା’ଙ୍କର ଷୋଡଶ ଉପଚାରରେ ଚାଲିଛି ପୂଜା ।

ଏନେଇ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକମାନେ ମା’ ଙ୍କ ଦର୍ଶନ ପାଇଁ ଆସୁଛନ୍ତି । ବିଶେଷ କରି ମନ୍ଦିରରେ ଅଷ୍ଟମୀ, ନବମୀ ଓ ଦଶମୀ ତଥା ଶେଷ ତିନି ଦିନ ଭକ୍ତମାନଙ୍କ ଅଧିକ ଭିଡ ହେବାର ସମ୍ଭାବନା ଅଛି । ଏହି ଭିଡକୁ ଦୁଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Also read: ଆରମ୍ଭ ହୋଇଯାଇଛି ସୋରଡ଼ାର ମା’ କନ୍ଧୁଣି ଦେବୀଙ୍କ ଯାତ୍ରା, ଦର୍ଶନ ପାଇଁ ଜମିଛି ଭକ୍ତଙ୍କ ଭିଡ଼