ଅଧିକ କଣ୍ଡୋମ୍‌ ବ୍ୟବହାର କରୁଥିଲେ ସାବଧାନ! ଦେଖାଦେଇପାରେ ଏସବୁ ସମସ୍ୟା

ଶାରୀରିକ ସମ୍ପର୍କ ବେଳେ ସୁରକ୍ଷା ପାଇଁ ଅଧିକାଂଶ ଦମ୍ପତି କଣ୍ଡୋମ୍‌ ବ୍ୟବହାର କରିଥାନ୍ତି। ଏହା ଅନିଚ୍ଛାକୃତ ଗର୍ଭଧାରଣର ଆଶଙ୍କାକୁ ଏଡ଼ାଇବାରେ ସାହାଯ୍ୟ କରେ। ଏଥିସହ ଯୌନ ସଂକ୍ରମଣକୁ ମଧ୍ୟ ଦୂର କରିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେକ୍ସ ପାଇଁ ବ୍ୟବହାର କରାଯାଉଥିବା କଣ୍ଡୋମ୍‌ର କେତେକ ପାର୍ଶ୍ୱପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି, ଯାହା ଆପଣଙ୍କୁ ପରେ ଅସୁବିଧାରେ ପକାଇପାରେ। ଆସନ୍ତୁ ଜାଣିବା କଣ୍ଡୋମ୍‌ ଦ୍ୱାରା ଦେଖାଯାଉଥିବା ସମସ୍ୟା ସମ୍ପର୍କରେ…

These are the 4 Side Effects of Condom You Might Not Be Knowing!

-ସପ୍ତାହରେ ଥରେ କିମ୍ବା ଦୁଇଥରରୁ ଅଧିକ କଣ୍ଡୋମ୍‌ ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ଯୋନି ଶୁଷ୍କ ହୋଇଯାଏ। କଣ୍ଡୋମ୍‌ର ଅତ୍ୟଧିକ ବ୍ୟବହାର ମହିଳାଙ୍କ ଯୋନିରୁ ନିର୍ଗତ ହେଉଥିବା ପ୍ରାକୃତିକ ଲୁବ୍ରିକାଣ୍ଟକୁ କମ୍‌ କରିଦେଇଥାଏ। ଫଳରେ ସମ୍ବନ୍ଧ ବନାଇବା ବେଳେ ଅସହ୍ୟ ଯନ୍ତ୍ରଣା ହୁଏ।

-ସେକ୍ସ ବେଳେ କଣ୍ଡୋମ୍‌ ବ୍ୟବହାର କଲେ ଯୋନିରେ ଇନ୍‌ଫେକସନ୍‌ ହେବା ଆଶଙ୍କା ବଢ଼ିଯାଏ।

-ଅଧିକ କଣ୍ଡୋମ୍‌ ବ୍ୟବହାର ଯୋଗୁ ଯୋନି ଭିତରେ ଜ୍ୱଳନ ଭଳି ସମସ୍ୟା ଦେଖାଯାଏ।

FunkyPlayTime

-କଣ୍ଡୋମ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ମାସିକ ଧର୍ମରେ ମଧ୍ୟ ବ୍ୟତିକ୍ରମ ଦେଖାଯାଏ। ଏହା ଦ୍ୱାରା ପିରିୟଡ୍‌ସର ବିଳମ୍ବରେ ହୁଏ।

-ନିୟମିତ କଣ୍ଡୋମ୍‌ ବ୍ୟବହାର କରିବା ଦ୍ୱାରା ଯୋନିର ପ୍ରତିରକ୍ଷା ପ୍ରଣାଳୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାର ପରିଣାମ ଭୟଙ୍କର ହୋଇପାରେ।