ଅଧିକ ଶାରୀରିକ ସମ୍ପର୍କ ରଖୁଥିବା ଲୋକଙ୍କୁ ଭୋଗିବାକୁ ପଡ଼ିପାରେ ଏସବୁ ସମସ୍ୟା, ଆଜିଠୁ ହୁଅନ୍ତୁ ସଚେତନ

ସେକ୍ସ କରିବା ଦ୍ୱାରା ଶରୀରର ଅନେକ ଗୁଡ଼ିଏ ଲାଭ ହୋଇଥାଏ। କେତେକ ରିସର୍ଚ୍ଚରେ ମଧ୍ୟ ଏହାକୁ ସୁସ୍ଥ ଜୀବନଯାପନର ଏକ ଶୈଳୀ କୁହାଯାଇଛି। ଏହା ଦ୍ୱାରା ଷ୍ଟ୍ରେସ୍‌ କମ୍‌ ହୋଇଥାଏ। କେବଳ ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଓଜନ କମିଥାଏ, ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହୋଇଥାଏ ଓ ରକ୍ତ ସଞ୍ଚାଳନ ମଧ୍ୟ ତ୍ୱରାନ୍ଵିତ ହୋଇଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ ସେକ୍ସ ଦ୍ୱାରା କେତେକ କ୍ଷତି ମଧ୍ୟ ହୋଇଥାଏ। ଏକ୍ସପର୍ଟଙ୍କ କହିବା ମୁତାବକ ବହୁତ ଅଧିକ ସେକ୍ସ କରୁଥିବା ଲୋକଙ୍କର କେତେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ଅଧିକ ସେକ୍ସ କଲେ କି କି କ୍ଷତି ହୋଇଥାଏ…

sex

  • ଅଧିକ ସେକ୍ସ କରୁଥିବା ଲୋକଙ୍କ ପ୍ରଜନନ ଅଙ୍ଗରେ ଇନ୍‌ଫେକସନ୍‌ର ଆଶଙ୍କା ଅଧିକ ରହିଥାଏ। ଖାସ୍‌ କରି ଫିମେଲ ପାର୍ଟନରଙ୍କ ଠାରେ ଇନ୍‌ଫେକସନ୍‌ର ରିସ୍କ ଅଧିକ ଥାଏ।
  • ବହୁତ ଅଧିକ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷଙ୍କ ଜନନ ଅଙ୍ଗରେ ପୀଡ଼ା ହୋଇଥାଏ। ବେଳେବେଳେ କ୍ଷତ ବି ସୃଷ୍ଟି ହୋଇପାରେ। ଘା’ ବଢ଼ିଲେ ସମସ୍ୟା ଉପୁଜିଥାଏ।

sex for skin

  • ଶାରୀରିକ ସମ୍ପର୍କର ଅଭ୍ୟାସ ହୋଇଗଲେ ଏହା ସମ୍ପର୍କକୁ ଖରାପ କରିପାରେ। ଫଳରେ ପାର୍ଟନରଙ୍କ ମଧ୍ୟରେ ଚିନ୍ତା ଓ ଅବସାଦ ବଢ଼େ।
  • ତେବେ ବୁଝିବା ଜରୁରୀ ଯେ ଆମର ପ୍ରତ୍ୟେକ କାର୍ଯ୍ୟର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ୁଛି। ଏଣୁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ସ୍ୱାସ୍ଥ୍ୟ କଥା ବି ଚିନ୍ତା କରିବା ଜରୁରୀ।