ପୁରୁଷଙ୍କ ଶୀଘ୍ରପତନ ସମସ୍ୟା ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ଛୁ ମନ୍ତର ହୋଇଯିବ ସବୁ ଟେନ୍‌ସନ୍‌

ଆଜିକାଲିର ଯୁବପିଢ଼ିଙ୍କ ଠାରେ ଯୌନ ରୋଗ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଖାସ୍‌ କରି ପୁରୁଷଙ୍କ ଠାରେ ଶୀଘ୍ରପତନ ଏକ ବିରାଟ ସମସ୍ୟା ଭାବେ ଦେଖାଦେଇଛି। ଏହାର ମୁଖ୍ୟ କାରଣ ଅଶ୍ଳୀଳ ଫିଲ୍ମ ଦେଖିବା ଓ ପୁସ୍ତକ ପଢ଼ିବା ବୋଲି କୁହାଯାଉଛି। ଅତ୍ୟଧିକ ଚିନ୍ତା ମଧ୍ୟ ଏହାର ଏକ ପ୍ରମୁଖ କାରଣ। ଏହି କାରଣରୁ ଗୋଟେ ପଟେ ଯୁବକଙ୍କର ଟେନ୍‌ସନ୍‌ ବଢ଼ୁଥିବା ବେଳେ ଅନ୍ୟପଟେ ଶରୀର ମଧ୍ୟ ଦୁର୍ବଳ ହୋଇଯାଉଛି। ଆପଣ ବି ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପାୟ ଆଣିଛୁ, ଯାହା ଏହି ସମସ୍ୟାକୁ ଦୂରେଇ ଦେଇପାରିବ…

How To Get Stronger Erections: Healthy Tips - Boldsky.com

ବଉଳ:

ବଉଳ ଗଛର ପତ୍ର, ଛାଲ, ଫଳ ଓ ଫୁଲକୁ ସମ ପରିମାଣରେ ମିଶାଇ ଭଲଭାବେ ଶୁଖାଇ ଦିଅନ୍ତୁ। ଶୁଖିଯିବା ପରେ ଏହାକୁ ପେଷି ଦିଅନ୍ତୁ। ଏବେ ଏକ କପଡ଼ାରେ ଏହାକୁ ଛାଣି ବୋତଲରେ ଭରି ଦିଅନ୍ତୁ। ଏହି ଚୂର୍ଣ୍ଣକୁ ସକାଳେ ଓ ସନ୍ଧ୍ୟାରେ ଚାମଚେ ଲେଖାଏଁ ପାଣି ସହ ଖାଆନ୍ତୁ। ଶୀଘ୍ର ପତନ ସମସ୍ୟା ଦୂର ହେବ।

ମୂଳହଠି:

ଅଶ୍ୱଗନ୍ଧା ୧୦୦ ଗ୍ରାମ, ମୁଳହଠି ୫୦ ଗ୍ରାମ୍‌ ଓ ଶତାବର ୨୦୦ ଗ୍ରାମ୍‌ ନେଇ ଏକାଠି କରି ଗୁଣ୍ଡ କରି ଦିଅନ୍ତୁ। ଏହାକୁ କପଡ଼ାରେ ଛାଣି ଡବାରେ ରଖନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣକୁ ଅଧ ଚାମଚ କ୍ଷୀର ସହ ସେବନ କରନ୍ତୁ। ଏହାଦ୍ୱାରା ଶୀଘ୍ରପତନ ସମସ୍ୟା ଭଲ ହୋଇଯିବ।

Home Remedies for Premature Ejaculation

ଅଶ୍ୱଗନ୍ଧା:

୫୦ ଗ୍ରାମ ଅଶ୍ୱଗନ୍ଧା, ୫୦ ଗ୍ରାମ୍‌ ନାଗକେସର ଓ ଜୁଆଣିକୁ ମିଶାଇ ଗୁଣ୍ଡ କରି ଦିଅନ୍ତୁ। ଏହାକୁ ଏକ କାଚ ଡବାରେ ଭରି ରଖନ୍ତୁ। ଏହି ଗୁଣ୍ଡକୁ ହାଲ୍‌କା ଉଷୁମ କ୍ଷୀରରେ ମିଶାଇ ସକାଳେ ସେବନ କରନ୍ତୁ।

ଜୁଆଣି:

ଅଧ ଚାମଚ ଜୁଆଣି ଗୁଣ୍ଡରେ ମିଶ୍ରି ଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ଉଷୁମ କ୍ଷୀର ସହ ସେବନ କରନ୍ତୁ। ଏହା ଦ୍ୱାରା ଜଲ୍‌ଦି ବୀର୍ଯ୍ୟ ନିର୍ଗତ ସମସ୍ୟା ଦୂର ହେବ।

Myths And Facts About Erectile Dysfunction - Boldsky.com

ଧନିଆ:

୧୦୦ ଗ୍ରାମ୍‌ ଧନିଆ ଗୁଣ୍ଡ ଓ ୧୦୦ ଗ୍ରାମ୍‌ ମିଶ୍ରି ଗୁଣ୍ଡକୁ ସମପରିମାଣରେ ମିଶାଇ ଏକ କାଚ ବୋତଲରେ ଭରି ରଖନ୍ତୁ। ଏହି ଚୂର୍ଣ୍ଣକୁ ସକାଳେ ଓ ରାତିରେ ଖାଲି ପେଟରେ ଖାଇବା ଦ୍ୱାରା ବୀର୍ଯ୍ୟର ଶୀଘ୍ର ପତନ ଦୋଷ ଦୂର ହୁଏ।