ଏକ ଅନନ୍ୟ ପରମ୍ପରା: ଆରମ୍ଭ ହେଲା ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଶୀତଳ ପୂଜା

ବରଗଡ଼: ଆରମ୍ଭ ହୋଇଯାଇଛି ମା’ ସମେଲେଇଙ୍କ ଶୀତଲ ପୂଜା । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା । ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଦିନ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ମଙ୍ଗଳବାର ଦେବୀଙ୍କ ଶୀତଳ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ମା’ଙ୍କ ସ୍ୱରୂପ ନିମ୍ବ ଡାଳକୁ ସହର ପରିକ୍ରମା କରାଯାଇଥାଏ ।
ଯାହାପରେ ଅଞ୍ଚଳବାସୀ ନିମ୍ବ ଡାଳର ପୂଜାର୍ଚ୍ଚନା କରିବା ସହ ସମଗ୍ର ଜୀବଜଗତର ମଙ୍ଗଳ କାମନା କରିଥିଲେ । ତେବେ ଆସନ୍ତୁ ଭକ୍ତଙ୍କ ମୁହଁରୁ ଶୁଣିବା କାହିଁକି ଏହି ପୂଜା କରାଯାଏ ଏବଂ ଏହାଦ୍ୱାରା କ’ଣ ଲାଭ ମିଳିଥାଏ? ଗ୍ରୀଷ୍ମ ପ୍ରବାହ ତଥା ଉତ୍ତାପରୁ ଧରାପୃଷ୍ଠକୁ ଶୀତଳ କରିବା ପାଇଁ ମାଁ ସମଲେଇ ଦେବୀଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆଗ କାଳରେ ଚୈତ୍ର ମାସରେ ଅତ୍ୟଧିକ ଗରମର ଯୋଗୁଁ ବସନ୍ତ ଏବଂ ମିଳିମିଳା ଭଳି ରୋଗ ବ୍ୟାପୁଥିଲେ । ଫଳରେ ଧରାପୃଷ୍ଠକୁ ଶୀତଳୀକରଣ କରିବା ସହ ଏହିସବୁ ରୋଗ ପ୍ରକୋପରୁ ମୁକ୍ତି ପାଇବା ପାଇଁ ମା’ଙ୍କର ଏହି ଶୀତଳ ଯାତ୍ରା ହୋଇ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ନେଇ କାହିଁ କେଉଁ ଦିନରୁ ଚୈତ୍ର ମାସରେ ପାଳିତ ହେଇଆସୁଛି ମା’ଙ୍କର ଏହି ଶୀତଳ ଯାତ୍ରା ।
Also read: କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ସ୍ଵତନ୍ତ୍ର ପରମ୍ପରା ନେତ ଉତ୍ସବ, ଜମିଲା ଭକ୍ତଙ୍କ ଭିଡ଼