CPCB ନିଯୁକ୍ତି ପାଇଁ ୬୯ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି ରହିବ ଚୟନ ପ୍ରକ୍ରିୟା

ସରକାରୀ ଚାଜିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ ସରକାରଙ୍କ କେନ୍ଦ୍ରୀୟ  ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ(CPCB)ରେ A, B  ଓ C  ୩ଟି ଗ୍ରୁପ୍   କରି ଭିନ୍ନ ଶ୍ରେଣୀରେ ଥିବା ଅନେକ ନିଯୁକ୍ତି ପଦବୀ ଭର୍ତ୍ତି ପାଇଁ ଘୋଷଣା କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ୨୮ ଏପ୍ରିଲ ପର୍ଯ୍ୟନ୍ତ ଆବେଦନକରିପାରିବେ ।  ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୬୯

ବୈଜ୍ଞାନିକ ବି -୨୨

ଅପର ଡିଭିଜନ କ୍ଲର୍କ – ୮

ଲୋୟର ଡିଭିଜନ କ୍ଲର୍କ – ୫

ଟେକନିକ୍ ପର୍ଯ୍ୟବେକ୍ଷକ -୫

ବରିଷ୍ଠ ବୈଜ୍ଞାନିକ ସହାୟକ – ୪

ସହାୟକ – ୪

ଷ୍ଟେନୋଗ୍ରାଫର ଗ୍ରେଡ୍ -୩

ମଲ୍ଟି ଟାସ୍କିଂ ଷ୍ଟାଫ୍ – ୩

କନିଷ୍ଠ ଟେକନିସିଆନ -୨

ବରିଷ୍ଠ ପ୍ରୟୋଗଶାଳା ସହାୟକ – ୨

କନିଷ୍ଠ ପ୍ରୟୋଗଶାଳା ସହାୟକ -୨

ବରିଷ୍ଠ  ଟେକନିକ୍ ପର୍ଯ୍ୟବେକ୍ଷକ – ୨

ଶିକ୍ଷାଗତ ଯୋଗ୍ୟତା : ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି  ।  ଇଚ୍ଛୁକ ପ୍ରାର୍ଥୀ ୧୦ମ, +୨, ଗ୍ରାଜୁଏସନ, ଇଞ୍ଜିନିୟରିଂ, ଟେକନୋଲୋଜି, ଲ, ମେକାନିକାଲ ଇଞ୍ଜିନିୟରିଂ,  ସିଭିଳ ଇଞ୍ଜିନିୟରିଂ, ମାଷ୍ଟର ଡିଗ୍ରୀ ଆଦି ଅନ୍ୟାନ୍ୟ ସାର୍ଟିଫିକେଟ ହାସଲ କରିଥିବା ଆବଶ୍ୟକ ।

ବୟସ ସୀମା : ପଦବୀ ଅନୁଯାୟୀ ବୟସ ସୀମାକୁ ଅଲଗା  ଅଲଗା ଭାବେ ଧାର୍ଯ୍ୟ କରାଯାଇଛି  । ଜୁନିୟର ଟେକ୍ନିସିଆନ, ଅପର ଡିଭିଜନ କ୍ଲର୍କ, ଷ୍ଟେନୋଗ୍ରାଫି, ଲୋୟର ଡିଭିଜନ କ୍ଲର୍କ ପଦବୀ ପ୍ରାର୍ଥୀଙ୍କ ପାଇଁ ୧୮ ରୁ ୨୭ ବର୍ଷ ଧାର୍ଯ୍ୟ ହୋଇଛି । ସେହିପରି ଅନ୍ୟ ପଦବୀ ପ୍ରାର୍ଥୀଙ୍କ ବୟସ ସୀମା ୩୦ରୁ ୩୫ ବର୍ଷ ଧାର୍ଯ୍ୟ କରାଯାଇଛି ।

ଦରମା : ମନୋନିତ ବ୍ୟକ୍ତିଙ୍କ ପଦବୀ ଅନୁଯାୟୀ ୧୮,୦୦୦ ରୁ ଆରମ୍ଭ କରି  ୧,୭୭,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଆବେଦନ ଶୁଳ୍କ : ଇଚ୍ଚୁକ ପ୍ରାର୍ଥୀ ଦୁଇ ଘଣ୍ଟାର ପରୀକ୍ଷା ପାଇଁ ୧୦୦୦ ଟଙ୍କା ୧ଘଣ୍ଟାର ପରୀକ୍ଷା ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏସସି, ଏସଟି, ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ କରାଯାଇଛି । କିନ୍ତୁ ସେମାନଙ୍କ  ଦୁଇ ଘଣ୍ଟିଆ ପରୀକ୍ଷା ପାଇଁ ୨୫୦ ଟଙ୍କା ଏବଂ ୧ଘଣ୍ଟାର ପରୀକ୍ଷା ପାଇଁ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : ଏହି ନିଯୁକ୍ତି ଭର୍ତ୍ତି ପାଇଁ ଚୟନ ପ୍ରକ୍ରିୟା ୪ଟି ଭାଗରେ ରହିଛି । ପ୍ରଥମେ ଲିଖିତ, ଦ୍ବିତୀୟରେ ସ୍କିଲ ଟେଷ୍ଟ, ତୃତୀୟରେ ଡକ୍ୟୁମେଣ୍ଟ ଟେଷ୍ଟ, ଶେଷରେ ମେଡିକାଲ ଏକ୍ସାମିନେସନ ଜରିଆରେ ଚୟନ କରାଯିବ ।

 

Also Read : ରେଲୱେରେ ଆସିଷ୍ଟାଣ୍ଟ ଲୋକ୍ ପାଇଲଟ ପାଇଁ ୯୯୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ