ପୁଷ୍ପା ଗୀତରେ ସ୍କର୍ଟ ପିନ୍ଧି ନ୍ୟୁୟର୍କ ରାସ୍ତାରେ ନାଚିଲେ ଯୁବକ, ଭିଡିଓ ହେଉଛି ଭାଇରାଲ୍

ଆଜିର ଆଧୁନିକ ଯୁଗରେ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏମିତିକି ବର୍ତ୍ତମାନ ଜଣେ ଯୁବକ ସ୍କର୍ଟ ପିନ୍ଧି ନ୍ୟୁୟର୍କ ସିଟିରେ ରାସ୍ତାରେ ଭିଡିଓ ଭାଇରାଲ୍ ହେଉଛି। ରାସ୍ତାରେ ସେ ପୁଷ୍ପା ଗୀତରେ ନାଚୁଥିବା ସମୟରେ ଜଣେ ଲୋକ ତାଙ୍କ ଭିଡିଓ କରି ପୋଷ୍ଟ କରିଥିଲେ। ସତ କଥା କହିବାକୁ ଗଲେ ଏହି ନୃତ୍ୟ ଶିଳ୍ପୀ ହେଇଛନ୍ତି ଜାଇନିଲ ଡ୍ରିମଟୋଡ୍ୟାନ୍ସ । ସେ ତାଙ୍କ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଅନେକ ନାଚ ଭିଡ଼ିଓ ସେୟାର କରିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଅଧିକ ମାତ୍ରାରେ ଭାଇରାଲ୍ ହୋଇଛି। ସେ ପୁଷ୍ପା ଫିଲ୍ମର ସାମି ସାମି ଗୀତରେ ସ୍କର୍ଟ ପିନ୍ଧି ନାଚୁଛନ୍ତି।

 

 

View this post on Instagram

 

A post shared by Jainil Mehta (@jainil_dreamtodance)

ଧଳା ସାର୍ଟ ଏବଂ ଏକ ସୁନ୍ଦର ସ୍କର୍ଟ ପିନ୍ଧି NYC ରାସ୍ତାରେ ଠିଆ ହୋଇଥିବା ଏହି ନୃତ୍ୟଶିଳ୍ପୀଙ୍କୁ ଦେଖାଇବା ପାଇଁ ଅନେକ ଲୋକ ଭିଡ ହୁଅନ୍ତି। ଭିଡିଓଟି କିଛି ଦିନ ପୂର୍ବରୁ ପୋଷ୍ଟ କରାଯାଇଛି। ସେୟାର୍ ହେବା ପରଠାରୁ, କ୍ଲିପ୍ ୩୭,୦୦୦ ରୁ ଅଧିକ ଲାଇକ୍ ପାଇଛି ଏହି ଭିଡ଼ିଓ ଏବଂ ଜଇନିଲଙ୍କ ଫୋଲର୍ସ ମଧ୍ୟ ଅଧିକ ସଂଖ୍ୟାରେ ବଢ଼ିବାକୁ ଲାଗୁଛନ୍ତି। ଖାଲି ସେତିକି ନୁହେଁ ସେ ଜଣେ ଭଲ ପ୍ରଫେସନାଲ ନୃତ୍ୟଶିଳ୍ପୀ ଓ ସେ ଅନେକ ନୃତ୍ୟ ପ୍ରେମୀଙ୍କୁ ମଧ୍ୟ ନୃତ୍ୟ ଶିଖାଉଛନ୍ତି। ଏମିତିକି ଯୁବପିଢିଙ୍କ ପାଇଁ ସେ ଏବେ ଏକ ନୂଆ ରୋଲ୍ ମଡେଲ ହୋଇ ପାରିଛନ୍ତି।