କାଲି ଶ୍ରାବଣ ଶେଷ ସୋମବାର ରହିଛି ଖାସ୍, ଏହି ଉପାୟରେ ବ୍ରତ ଓ ଅଭିଷେକ କରି ପୂରା କରନ୍ତୁ ନିଜ ଇଚ୍ଛା
ଏହି ମାସର ଶେଷ ସୋମ ପ୍ରଦୋଷ ବ୍ରତ ୨୮ ଅଗଷ୍ଟ ମାନେ ଆସନ୍ତା କାଲି ପଡ଼ୁଛି। ଶ୍ରାବଣ ସୋମବାର ସହିତ ସୋମ ପ୍ରଦୋଷ ବ୍ରତ ପାଇଁ ଏହି ଦିନ ଖୁବ ଖାସ ରହିଛି। ଏହାର ଆରମ୍ଭ ୨୮ ତାରିଖ ସନ୍ଧ୍ୟା ୬ ଟା ବାଜି ୪୮ ମିନିଟ ରୁ ହେବ ଶେଷ ୨ ଟା ବାଜି ୪୫ ମିନିଟରେ ଶେଷ ହେବ। ତେଣୁ ଆପଣ ଏହି ସମୟ ମଧ୍ୟରେ ପୂଜା କରିପାରିବେ।

ହିନ୍ଦୁ ଧର୍ମରେ ଶ୍ରାବଣ ମାସ ବହୁତ ଖାସ ହୋଇଥାଏ। ଏହି ପୁରା ମାସ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏହି କାରଣ ରୁ ଏହି ମାସକୁ ବହୁତ ପବିତ୍ର ମନାଯାଏ। କୁହାଯାଏ ଏହା ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ। ଆଉ ଏହି ମାସରେ ଆପଣ କିଛି ଆଶା ରଖି ଯଦି ଶିବଙ୍କ ପାଇଁ ଉପବାସ ରଖିବେ ତେବେ ଆପଣଙ୍କ ଆଶା ଜଲଦି ପୂର୍ଣ୍ଣ ହେବ। ଏଥର ଶ୍ରାବଣ ମାସ ଦୁଇମାସ ଯାଏ ପାଳନ ହୋଇଛି। ମଝିରେ ମଳ ମାସ ପଡ଼ୁଥିବାରୁ ପ୍ରଥମ ୧୫ ଦିନ ଆଉ ଶେଷ ୧୫ ଦିନ ଶ୍ରାବଣ ମାସ ରୁପେ ପାଳନ କରାଯାଉଛି। ଆଉ ଆସନ୍ତା କାଲି ଶ୍ରାବଣ ମାସ ଶେଷ ସୋମବାର।
ଏହି ମାସର ଶେଷ ସୋମ ପ୍ରଦୋଷ ବ୍ରତ ୨୮ ଅଗଷ୍ଟ ମାନେ ଆସନ୍ତା କାଲି ପଡ଼ୁଛି। ଶ୍ରାବଣ ସୋମବାର ସହିତ ସୋମ ପ୍ରଦୋଷ ବ୍ରତ ପାଇଁ ଏହି ଦିନ ଖୁବ ଖାସ ରହିଛି। ଏହାର ଆରମ୍ଭ ୨୮ ତାରିଖ ସନ୍ଧ୍ୟା ୬ ଟା ବାଜି ୪୮ ମିନିଟ ରୁ ହେବ ଶେଷ ୨ ଟା ବାଜି ୪୫ ମିନିଟରେ ଶେଷ ହେବ। ତେଣୁ ଆପଣ ଏହି ସମୟ ମଧ୍ୟରେ ପୂଜା କରିପାରିବେ।
ବ୍ରତ କରିବା ପାଇଁ ହେଲେ କିଛି ନିୟମ ପାଳନ କରିବାକୁ ହେବ। ଶ୍ରାବଣର ଶେଷ ସୋମବାର ଓ ଶେଷ ପ୍ରଦୋଷ ବ୍ରତ ଦିନ ଶୀଘ୍ର ଉଠନ୍ତୁ। ନିତ୍ୟ କର୍ମ ସାରି ଧଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଏହାପରେ ମନ୍ଦିର ଯାଆନ୍ତୁ। ଶିବଲିଙ୍ଗ ଉପରେ ଗଙ୍ଗାଜଳ ରେ ଅଭିଷେକ କରନ୍ତୁ। ବ୍ରତ ରଖିବାୀ ସଂକଳ୍ପ କରନ୍ତୁ।
ସୂର୍ଯ୍ୟାସ୍ତ ପରେ ଶୁଭ ମୁହୂର୍ତ୍ତରେ କ୍ଷୀର, ଘିଅ,ଗଙ୍ଗାଜଳ ଓ ମହୁ ପକାଇ ଶିବଲିଙ୍ଗ ଉପରେ ଅଭିଷେକ କରନ୍ତୁ। ଏହାସହିତ ବେଲପତ୍ର, ଅକ୍ଷତ, ଭାଙ୍ଗ, ଦୁଦୁରା ଫୁଲ, ଧଳା ଫୁଲ, କଳା ରାଶି ଓ ଧଳା ଚନ୍ଦନ ଅର୍ପଣ କରନ୍ତୁ। ଶିବଲିଙ୍ଗ ଉପରେ ଅଭିଷେକ କରିବା ପରେ ଶିବଙ୍କର ପୂରା ପରିବାରକୁ ପୂଜା କରନ୍ତୁ। ଶେଷରେ ଶିବ ଚାଳିସା ପାଠ କରନ୍ତୁ। ଏହାପରେ ଶିବଙ୍କର ଆଳତୀ କରନ୍ତୁ।
ଭଗବାନ ଶଙ୍କରଙ୍କ ଇଛାରେ ହିଁ ସୃଷ୍ଟିର ନିର୍ମାଣ ହୋଇଛି। କାରଣ ଭଗବାନ ଶିବଙ୍କୁ ଭକ୍ତି କରୁଥିବା ବ୍ୟକ୍ତିଙ୍କୁ ଯେପରି ସଂସାରର ସମସ୍ତ ବସ୍ତୁ ପ୍ରାପ୍ତ ହୋଇପାରିବ। ପ୍ରଭୁ ଭୋଳନାଥ ଭକ୍ତର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।ଶିବ ପୁରାଣ ଅନୁଯାୟୀ ନିୟମିତ ରୂପେ ଶିବଲିଙ୍ଗ ପୂଜା କରୁଥିବା ବ୍ୟକ୍ତିଙ୍କ ଜୀବନରେ ଦୁଃଖର ସାମ୍ନା କରିବାର ଶକ୍ତି ରହିଥାଏ।ଯଦି ଆପଣ ମଧ୍ୟ ଭଗବାନ ଶଙ୍କରଙ୍କ କୃପାରୁ ଧନ ସମ୍ଭଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଶିବ ପୁରାଣରେ ବର୍ଣ୍ଣନା କରାଯାଇଥିବା ଉପାୟକୁ ପ୍ରତ୍ୟେକ ଦିନ ମାନନ୍ତୁ ।