ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ଖଇନି ପାଇଁ ବାପାର ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା

ମୟୁରଭଞ୍ଜ: ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ହଜିଗଲା ତାର ହିତାହିତ ଜ୍ଞାନ । ଯୋଉ ବାପା ହାତ ଧରି ଚଲାଇବା ଶିଖାଇଥିଲା । ଦୁନିଆ କଣ ଜଣାଇଥିଲା । ରାଗରେ ସେ ସବୁ ସ୍ନେହ ମମତା ଭଲପାଇବା ଭୁଲି ଯାଇ ବାପା’ର ଜୀବନ ନେଇଯାଇଛି ପୁଅ । ବାପର ମୁଣ୍ଡରୁ ଗଣ୍ଡି ଅଲଗା କରି କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁଅ । ଏପରିକି ମାଆକୁ ବି ହତ୍ୟା ଉଦ୍ୟମ କରିଥିଲା ଜହ୍ଲାଦ ପୁଅ । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ମୃତକ ହେଲେ ବାଇଧର ସିଂ । ବୟସ ୭୦ହେବ । ଅଭିଯୁକ୍ତ ସାନ ପୁଅ ଶମ୍ଭୁ ସିଂ ତାଙ୍କୁ ୪୦ ବର୍ଷ ହେବ । ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଖଇନି ଖାଇବାକୁ ବାପାଙ୍କୁ ଟଙ୍କା ମାଗି ଥିଲା ପୁଅ । ମାତ୍ର ବାପା ପଇସା ନଥିବା କହିବାରୁ ପୁଅ ରାଗି ଯାଇ ଏଭଳି କାଣ୍ଡ କରିବସିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳି ପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପା ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ।
ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ ମୁଣ୍ଡକୁ ହାତରେ ଧରି ଫେରାର ମାରିଥିଲା ନୃଶଂସ ପୁଅ । ସକାଳୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମ ସମର୍ପଣ କରିଛି ।
Also Read:ଟ୍ରକ ଡ୍ରାଇଭରଙ୍କୁ ବୋମାମାଡ଼, ଗୁରୁତର ଯୁବକ ଝାଡଖଣ୍ଡର ସୂଚନା