ଶୁକ୍ରାଣୁର ପରିମାଣ ଦୁଇଗୁଣ କରିବାକୁ ଚାହୁଁଥିଲେ, କେବଳ ଥରେ ମାତ୍ର କରନ୍ତୁ ଏହି କାମ

ବେଳେବେଳେ ଅତ୍ୟଧିକ ମାନସିକ ଦୁଃଶ୍ଚିନ୍ତା ଓ ପରିବର୍ତ୍ତନଶୀଳ ଜୀବନଶୈଳୀର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଖାସ୍ କରି ପୁରୁଷଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ। ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁ ପୁରୁଷଙ୍କ ଠାରେ ନପୁଂସକତା ଭଳି ସମସ୍ୟା ଦେଖିବାକୁ ମିଳୁଛି। ରାଉଟରରେ ପ୍ରକାଶିତ ଏକ ରିସର୍ଚ୍ଚ ମୁତାବକ ଯେଉଁ ପୁରୁଷ ଭୋଜନରେ ଫିସ୍ ଅଏଲର ସପ୍ଲିମେଣ୍ଟ ଗ୍ରହଣ କରିଥାନ୍ତି, ସେମାନଙ୍କ ଶୁକ୍ରାଣୁର ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଥାଏ।
ଏହି ରିସର୍ଚ୍ଚରେ ପ୍ରାୟ ୧୭୦୦ ଜଣ ଯୁବକ ଅଂଶଗ୍ରହଣ କରିଥିଲେ। ଏଥିରେ ଜାଣିବାକୁ ମିଳିଥିଲା ଯେ ଫିସ୍ ସପ୍ଲିମେଣ୍ଟ ସେବନ କରୁଥିବା ପୁରୁଷଙ୍କ ଶୁକ୍ରାଣୁର ପରିମାଣ ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ଅଧିକ। ସେମାନଙ୍କ ଟେଷ୍ଟିସ୍ ପୂର୍ବାପେକ୍ଷା ବଢ଼ିବା ସହ ପ୍ରଜନନ ହରମୋନ୍ର ସ୍ତର ମଧ୍ୟ ବୃଦ୍ଧି ପାଇଥିଲା। ଏଣୁ ଶୁକ୍ରାଣୁର ପରମାଣ ବୃଦ୍ଧି କରିବାରେ ଫିସ୍ ଅଏଲ୍ ସାହାଯ୍ୟ କରେ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ ହୋଇଥିଲେ।
ଗବେଷକଙ୍କ ମୁତାବକ, ଯଦି କୌଣସି ପୁରୁଷ ଇନ୍ଫର୍ଟିଲିଟି ଯୋଗୁ ଚିନ୍ତାରେ ଅଛନ୍ତି ଓ ସେ ଫିସ୍ ଅଏଲ୍ର ୫ ପାଉଣ୍ଡର ୩୦ଟି କ୍ୟାପସୁଲ ସେବନ କରୁଛନ୍ତି ତେବେ ତାଙ୍କ ସମସ୍ୟା ୮୦ ପ୍ରତିଶତ ପର୍ଯ୍ୟନ୍ତ ଦୂର ହୋଇପାରିବ। ଏଥିସହ ଉତ୍ତମ ଡାଏଟ୍ ଓ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ। ବିଶେଷଜ୍ଞଙ୍କ କହିବାନୁସାରେ, ମାଛ ତେଲରେ ଓମେଗା ୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ। ଓମେଗା ୩ ଫ୍ୟାଟି ଏସିଡ୍ ସ୍ପର୍ମ ସେଲ୍କୁ ମଜଭୁତ କରିଥାଏ ଫଳରେ ଶୁକ୍ରାଣୁର ପରିମାଣ ଓ ମାନ ବଢ଼ିଥାଏ।