ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ଭର୍ତ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ sportsauthorityofindia.gov.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୩୦ ଜାନୁଆରୀ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ନୋଟିଫିକେସନ ଜାରି ହୋଇଛି । ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ sportsauthorityofindia.gov.in କୁ ଯାଇ ଆବେଦନ କରିପାରିବେ । ଏହି ଅଭିଯାନ ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଜାନୁଆରୀ ୨୦୨୪ ରହିଛି ।

ପଦବୀ ବିବରଣୀ : ୨୧୪

ହାଇ ପରଫରମାନ୍ସ କୋଚ୍‌ : ୨୧୪
ସିନିଅର କୋଚ : ୪୫
କୋଚ : ୪୩
ଆସିଷ୍ଟାଣ୍ଟ କୋଚ : ୧୧୭

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୦ ଜାନୁଆରୀ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ବୟସ ସୀମା : ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ପାଇଁ କୋଚ୍‌ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବାଧିକ ୪୦ ବର୍ଷ ଏବଂ କୋଚ ପାଇଁ ୪୩ ବର୍ଷ, ସିନିଅର କୋଚ ପାଇଁ ୪୫ ବର୍ଷ ଏବଂ ହାଇ ପରଫରମାନ୍ସ କୋଚ ପାଇଁ ୬୦ ବର୍ଷ ହେବା ଜରୁରୀ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।
ହୋମ ପେଜରେ ଆପ୍ଲାଏ ଅନଲାଇନ ଜବ୍ସ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ଏହାପରେ ନୂଆ ପେଜ ଖୋଲିବ ।
ନୂଆ ପେଜରେ ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରି ନିଜକୁ ରେଜିଷ୍ଟ୍ରର କରନ୍ତୁ ।
ଏହା ପରେ ଲଗଇନ ବିବରଣୀ ଭରିବା ପରେ ଆବେଦନ ପତ୍ର ଜମା କରନ୍ତୁ ।
ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।