ସଫେଇ କାମ କରୁ କରୁ ଟଳିପଡିଲେ ବ୍ୟକ୍ତି, ମାତ୍ର କେଇ ମିନିଟରେ ଉଡିଗଲା ପ୍ରାଣ ବାୟୁ

ମୃତ୍ୟୁ କେବେ କେତେବେଳେ କେଉଁ ସମୟରେ ଆସିବ ତାହା କେହି ଜାଣନ୍ତିନାହିଁ। ମୃତ୍ୟୁ ଯେ କେତେ ଭୟଙ୍କର ରୂପରେ ଆସେ ତାହଳ ଆପଣ ସୋସିଆଲ ମିଡିଆ ଭିଡିଓ ଦ୍ୱାରା ଜାଣିପାରିବେ। କଥାରେ ଅଛି ଜଣଙ୍କୁ ନେଇ ସିନ୍ଦୁକରେ ପୂରାଇ ଲୁଚାଇ ରଖିଲେ ବି ମୃତ୍ୟୁକୁ କେହି ଅଟକାଇପାରିବେନି। ଏଇ ଯେମିତି ଭାଇରାଲ ହେଉଥିବା ଏହି ଭିଡିଓରେ ବ୍ୟକ୍ତିଙ୍କ ସହ ହେଉଛି।

ଆପଣ ଦେଖିପାରୁଥିବେ ଜଣେ ସଫେଇ କର୍ମଚାରୀ ଫ୍ଲୋର ସଫା କରୁଛନ୍ତି। ବେଶ ଠିକଠାକ୍‌ ଭାବେ ସୁସ୍ଥ ଲୋକଙ୍କ ଭଳି କାମ କରୁଥିଲେ। ଆଉ ଠିକ୍‌ ଏହି ସମୟରେ ମୁହଁ ମାଡି ଅଚାନକ ତଳେ ପଡିଗଲେ। ଲୋକମାନେ ହସପିଟାଲ ପହଁଚାଇବା ପୂର୍ବରୁ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତରଖାନାରେ ହିଁ ମୃତ ଘୋଷଣା କରିଦେଲେ ଡାକ୍ତର।

deadଏହି ଲୋମ ଟାଙ୍କୁରା ଘଟଣାର ଦୃଶ୍ୟ ସେଠାରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସୂଚନା ମୁତାବକ ନୋଏଡା ସେକ୍ଟର ୬୩ ଡି ୪୨ରେ ଇଲେକଟ୍ରିକ ପାର୍ଟ୍ସ ବନାଉଥିବା କମ୍ପାନୀ ରହିଛି। ଏହି କମ୍ପାନୀ ସୋରଖା ସେକ୍ଟର ୧୧୬ ନିବାସୀ ରାକେଶ ସେଠାରେ ସଫେଇ କାମ କରନ୍ତି।

ପ୍ରତିଦିନ ଭଳି ବୁଧବାର ମଧ୍ୟ ରାକେଶ କମ୍ପାନୀରେ ପହଁଚିଲେ। ଆଉ ତୁରନ୍ତ କାମରେ ଲାଗିପଡିଲେ। ରାକେଶ କମ୍ପାନୀର ଷ୍ଟୋର ରୁମ୍‌ ସଫା କରୁଥିଲେ। ସଫେଇ କରୁଥିବା ସମୟରେ ଅଚାନକ ତଳେ ମୁହଁ ମାଡି ପଡିଗଲେ। ଏ ଦୃଶ୍ୟ ଦେଖି ଆଖପାଖରେ ଥିବା ଅନ୍ୟ କର୍ମଚାରୀ ତୁରନ୍ତ ପହଁଚି ବେହୋସ ପଡିଥିବା ରାକେଶଙ୍କୁ ଉଠାଇ ପାଣି ପିଆଇଲେ ଏବଂ ହୋସକୁ ଆଣିବାକୁ ପ୍ରୟାସ କଲେ।

dead2ଏହାପରେ ତାଙ୍କୁ ତୁରନ୍ତ ହସ୍ପଟାଲକୁ ନେଇଗଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ରାକେଶଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ମୃତ ଅବସ୍ଥାରେ ଛାଡି ହିଁ କମ୍ପାନୀର କର୍ମଚାରୀ ସେଠାରୁ ଫେରାର ହୋଇଗଲେ। ପରିବାର ଲୋକ କମ୍ପାନୀକୁ କ୍ଷତିପୂରଣ ମାଗିଲେ ତ ତାଙ୍କୁ ଧମକ ଦିଆଗଲା। ଅବଶ୍ୟ ତାପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଗଲା।

ସେହିପରି ରାକେଶଙ୍କର ଅଚାନକ ଏମିତି ମୁହଁ ମାଡି ତଳେ ପଡି ମୃତ୍ୟୁ ହେଉଥିବା ଦୃଶ୍ୟ କମ୍ପାନୀରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଲୋମଟାଙ୍କୁରା ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ମାତ୍ର କେଇ ମିନିଟରେ ବ୍ୟକ୍ତିଙ୍କ ତୁଣ୍ଡରୁ କେମିତି ପ୍ରାଣ ଚାଲିଯାଉଛି ତାହା ଏଥିରେ ଜଣାପଡୁଛି।