ଟି-୨୦ ବିଶ୍ୱ କପ୍ : ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ରେ ହାରିଗଲା ଭାରତ

ପର୍ଥ : ଟି-୨୦ ବିଶ୍ୱ କପ୍ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍ରେ ହାରି ଯାଇଛି ଟିମ୍ ଇଣ୍ଡିଆ । େଓ୍ଵଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଦଳ ସହିତ ମ୍ୟାଚ୍ ରେ ଭାରତ ୩୬ ରନ୍ରେ ପରାସ୍ତ ହୋଇଛି ।
ଘରୋଇ ଦଳ ଟସ୍ ହାରିବା ପରେ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୮ ରନ୍ କରିଥିଲା । ଏହାର ଉତ୍ତରରେ ଭାରତୀୟ ଦଳ ୮ ଓ୍ଵିକେଟ୍ ହରାଇ ୧୩୨ ରନ୍ କରି ପାରିଥିଲା । କେଏଲ୍ ରାହୁଲ ୫୫ ବଲ୍ରେ ସର୍ବାଧିକ ୭୪ ରନ୍ କରିଥିଲେ । ଅନ୍ୟ ସବୁ ଖେଳାଳି ଫେଲ୍ ମାରିଥିଲେ । ଭାରତ ପକ୍ଷରୁ ବୋଲିଂରେ କମାଲ କରିଥିଲେ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ । ସେ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ । ଆଉ ଏହି ତିନିଟି ଯାକ ଓ୍ଵିକେଟ୍ ସେ ଗୋଟିଏ ଓଭରରେ ନେଇଥିଲେ । ତାଙ୍କ ବ୍ୟତୀତ ଅର୍ଷଲ ପଟେଲଙ୍କୁ ୨ଟି ଓ୍ଵିକେଟ୍ ମିଳିଥିଲା ।
ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଭାରତୀୟ ଦଳ ୧୩ ରନ୍ରେ ବିଜୟୀ ହୋଇଥିଲା । ତେବେ ଦୁଇଟି ଯାକ ମ୍ୟାଚ୍ରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଖେଳି ନାହାନ୍ତି । ଆଜି ୧୧ ଜଣିଆ ଦଳରେ ରହିଥିଲେ ବି ରୋହିତ ଶର୍ମା ବ୍ୟାଟିଂ କରି ନଥିଲେ ।