ପାର୍ଟନରଙ୍କୁ ଏଭଳି ମିଛ କହିବା ଦ୍ୱାରା ପ୍ରେମ ବଢ଼େ, ଆପଣ ବି ନିଶ୍ଚୟ ଟ୍ରାଏ କରନ୍ତୁ

ପ୍ରେମ ସମ୍ପର୍କରେ ଉଭୟ ପାର୍ଟନରଙ୍କ ମଧ୍ୟରେ ପ୍ରେମ୍ ଖୁବ୍ ଜରୁରୀ। ତେବେ ଏହା ମଧ୍ୟ ସତ ଯେ କେବଳ ପ୍ରେମରେ ଜୀବନ ଚାଲେନି। ସମ୍ପର୍କରେ ପ୍ରେମ ବ୍ୟତୀତ ଅନ୍ୟ କେତେକ ବିଷୟ ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡ଼ିଥାଏ। ଯଥା: ଉଭୟଙ୍କର ପରସ୍ପର ପ୍ରତି କେତେ ସମ୍ମାନ ଅଛି, ପରସ୍ପରର ଇମୋସନକୁ କେତେ ଗୁରୁତ୍ୱ ଦେଇଥାନ୍ତି, ପରସ୍ପରକୁ କେତେକ ସତ କହନ୍ତି ଇତ୍ୟାଦି। ଅଧିକାଂଶ ଲୋକ ଆଶା କରିଥାନ୍ତି ଯେ ପାର୍ଟନର ତାଙ୍କୁ ସବୁବେଳେ ସତ କହନ୍ତୁ। ସବୁ କଥା ତାଙ୍କୁ କୁହନ୍ତୁ। କିଛି ବି ନ ଲୁଚାନ୍ତୁ।
କିନ୍ତୁ ପ୍ରକୃତରେ ଏମିତି ହୁଏନି। ଦୈନନ୍ଦିନ ଜୀବନରେ କିଛି କଥା ଏମିତି ଘଟେ ଯେତେବେଳେ ପାର୍ଟନରଙ୍କୁ ମିଛ କହିବାକୁ ପଡ଼ିଥାଏ। ସେହିପରି ଆଉ କିଛି କଥା ଏମିତି ବି ରହିଥାଏ ଯାହା ପାର୍ଟନରଙ୍କୁ ଲୁଚାଇବାକୁ ବି ପଡ଼େ। ଅନ୍ୟପଟେ କିଛି ଏଭଳି ମିଛ ମଧ୍ୟ ରହିଛି ଯାହା ଦ୍ୱାରା ସମ୍ପର୍କରେ ଭଲ ପାଇବା ଆହୁରି ବଢ଼େ। ଆସନ୍ତୁ ଜାଣିବା ସେଭଳି କେତେକ ମିଛ ସମ୍ପର୍କରେ ଯାହା ସମ୍ପର୍କକୁ ଆହୁରି ମଜଭୁତ କରିଥାଏ…
କ୍ରସ୍ ବିଷୟରେ ମିଛ କହିବା:
ପ୍ରାୟତଃ ଦେଖାଯାଏ ଯେ କିଛି ଲୋକ ଗୋଟେ ରିଲେସନ୍ସିପ୍ରେ ଥିଲେ ମଧ୍ୟ ଅନ୍ୟ ପ୍ରତି ଆକର୍ଷିତ ହୋଇଯାଆନ୍ତି। କିନ୍ତୁ ଏହାର ମାନେ ନୁହେଁ ଯେ ସେ ଧୋକା ଦେଉଛନ୍ତି। ଏହା ମଣିଷର ଏକ ପ୍ରକୃତି ଯାହା କାହା ସହ ବି ହୋଇପାରେ। ଏଭଳି ସ୍ଥିତିରେ କ୍ରସ୍ ବିଷୟରେ ସାଥୀଙ୍କୁ କେବେ ବି କୁହନ୍ତୁ ନାହିଁ। ଏନେଇ ମିଛ କହିବା ଆପଣଙ୍କ ସମ୍ପର୍କକୁ ମଜଭୁତ କରିବ। ଏନେଇ ସାଥୀଙ୍କୁ କହିଲେ ସମ୍ପର୍କ ଖରାପ ହେବା ସମ୍ଭାବନା ରହିଛି।
ଭାବନାକୁ ଲୁଚାଇବା:
ଆପଣ କାମ କରୁଥିବା ବେଳେ କି ବ୍ୟସ୍ତ ଥିବା ବେଳେ ଯଦି ପାର୍ଟନର କଲ କରୁଛନ୍ତି। ତେବେ ଆପଣ ସତ ନ କହି ତାଙ୍କୁ ମିସ୍ କରୁଛନ୍ତି ବୋଲି କହିପାରନ୍ତି। ଏଭଳି କହିବା ଦ୍ୱାରା ଆପଣଙ୍କ ପାର୍ଟନରଙ୍କ ଓଠରେ ଏକ ହସ ଆସିବ। ଏଥିସହ ସମ୍ପର୍କ ବି ମଜଭୁତ ହେବ।
ଗିଫ୍ଟକୁ ନେଇ ମିଛ କହିବା:
ଯଦି ପାର୍ଟନର କିଛି ଗିଫ୍ଟ ଦେଉଛନ୍ତି ଓ ତାହା ଆପଣଙ୍କୁ ପସନ୍ଦ ଆସିନାହିଁ, ତଥାପି ତାହା ଭଲ ଲାଗିଲାନି ବୋଲି ଆଦୌ କୁହନ୍ତୁ ନାହିଁ। ମିଛରେ ହେଉ ପଛେ ତାଙ୍କ ମନ ବୁଝାଇବାକୁ କୁହନ୍ତି ଯେ ଉପହାରଟି ଆପଣଙ୍କୁ ବହୁତ ଭଲ ଲାଗିଲା। ସେ ଆହୁରି ଖୁସି ହେବେ।