ପ୍ରେମରେ ଏମିତି ମିଛ କହିବା ହୋଇଥାଏ ଲାଭଦାୟକ, ଏହାଦ୍ୱାରା ସମ୍ପର୍କ ହୋଇନଥାଏ ଖରାପ

ଯେବେ ଆମେ କାହା ସହ ପ୍ରେମରେ ବା ରିଲେସନସିପରେ ଥାଉ, ସେତେବେଳେ ଆମେ ବହୁତ ଖୁସି ହୋଇଥାଉ । ଏହି ସମ୍ପର୍କକୁ ଜାରି ରଖିବା ପାଇଁ ଆମେ ବହୁତ କିଛି କାମ କରିଥାଉ । ପ୍ରତ୍ୟେକ ସମ୍ପର୍କ ପ୍ରେମ ସହ ଭରଷା ଉପରେ ତିଷ୍ଠି ରହିଥାଏ । ଦୁନିଆରେ ଏମିତି ଲୋକ ନାହାଁନ୍ତି ଯେ କେବେ ମିଛି କହି ନଥିବେ । ରିଲେସନସିପରେ ଇମାନଦାର ହେବା ଜରୁରୀ ।
ହେଲେ କେବେ କେବେ ମିଛ କହିବା ମଧ୍ୟ ଆବଶ୍ୟକ ପଡ଼ିଥାଏ । ଯେବେ ଆପଣ କୌଣସି ରିଲେସନସିପରେ ଥାଆନ୍ତି ତ କେବେ କେବେ ମିଛର ସାହାଯ୍ୟ ନେଇଥାନ୍ତି । ଆଜି ଆମେ ଏମିତି କିଛି ମିଛି ବିଷୟରେ କହିବୁ ଯାହା କହିବା ଭୁଲ ହେବ ନାହିଁ । ବରଂ ଏହା ଆପଣଙ୍କ ରିଲେସନସିପକୁ ମଜବୁତ କରିଥାଏ ।
କଥା ଯଦି ବିଗୁଡିଛି ତ ଏଠାରେ ମିଛି କହି ପାରିବେ ।
ପତି-ପତ୍ନୀଙ୍କ ମଧ୍ୟରେ ଯଦି କୌଣସି କଥାକୁ ନେଇ ଝଗଡ଼ା ହୁଏ ଏହା ଏକ ସାଧାରଣ କଥା । ହେଲେ ଆପଣ ଦୁହେଁ ଏହି କଥାକୁ ନେଇ ଠିକ ଥିଲେ ମଧ୍ୟ ବିଗୁଡ଼ୁଥିବା ପରିସ୍ଥିତିକୁ ଦେଖି ଯଦି ସମ୍ପର୍କକୁ ଭଲ କରିବା ପାଇଁ ମିଛ କୁହାଯାଏ, ତେବେ ଏହା ଭୁଲ ହୋଇନଥାଏ । କାରଣ ସମ୍ପର୍କକୁ ଭାଙ୍ଗିବା ଅପେକ୍ଷା ମିଛ କହିବା ଜରୁରୀ ।
ମିଛ ପ୍ରଶଂସା ମଧ୍ୟ ଜରୁରୀ
ସମସ୍ତେ ଚାହାଁନ୍ତି ଯେ ନିଜ ପାର୍ଟନର ଭଲ କପଡ଼ା ପିନ୍ଧୁ ଓ ଭଲ ଦେଖାଯାଉ । ହେଲେ କେବେ କେବେ ଡ୍ରେସ ଭଲ ଦେଖାଯାଉନଥିଲେ ମଧ୍ୟ ଆପଣଙ୍କୁ ଭଲ କହିବାକୁ ପଡ଼ିବ । କାରଣ ଆପଣଙ୍କର ଏହି ଟିକିଏ ମିଛ ଆପଣଙ୍କ ପତ୍ନୀଙ୍କ ମୁହଁରେ ଖୁସି ଆଣିଦେବ । ଏହି ଛୋଟ ଛୋଟ ମିଛ ଆପଣଙ୍କ ସମ୍ପର୍କକୁ ମଜବୁତ କରିଦେବ ।