ଟିହରୀ ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ପକ୍ଷରୁ ଇଂଜିନିୟରର୍ସ/ଏଗଜିକ୍ୟୁଟିଭ, ଜନୁଅର ଅଫିସ ଟ୍ରେନି ଏବଂ ଜୁନିଅର ମାଇନ ସ୍କ୍ବୋୟାର/ଓଭରମ୍ୟାନ ସହିତ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୪୪
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୨ ଫେବୃଆରୀରୁ ମାର୍ଚ୍ଚ ୧୪, ୨୦୨୫ ଯାଏଁ ଆବେଦନ କରିପାରିବେ । ଏହି ତାରିଖ ପରେ ଆବେଦନ ସ୍ବୀକାର କରାଯିବ ନାହିଁ ।
ଶିକ୍ଷାଗତ ଯୋଗ୍ୟତା : ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ଧାର୍ଯ୍ୟ କରାଯାଇଛି । ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢିପାରିବେ ।
ବୟସ ସୀମା : ବୟସ ସୀମା ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିବାକୁ ହେବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ସାମାନ୍ୟ, ଓବିସି ଏବଂ EWS ଶ୍ରେଣୀ ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ PWD ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।
କେମିତି କରିବେ ଆବେଦନ :
ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
କ୍ୟାରିଅର ପେଜରେ କ୍ଲିକ୍ କରି ଅନଲାଇନ ଆବେଦନ କରିବାକୁ ହେବ ।
ଆବେଦନ କରିବା ପୂର୍ବରୁ ରେଜିଷ୍ଟ୍ରେସନ କରନ୍ତୁ ଏବଂ ଲଗଇନ କରନ୍ତୁ ।
ଏହାପରେ ସମସ୍ତ ବିବରଣୀ ଭରିବା ପରେ ସବମିଟ୍ କରନ୍ତୁ ।
ଆବେଦନ ସବମିଟ୍ କରିବା ପରେ ୟୁନିକ ନମ୍ବର ଜେନେରେଟ ହେବ ।
ଏହାକୁ ଶେଷରେ ଡାଉନଲୋଡ କରି ସେଭ୍ କରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
Also Read : RITES ରେ ପ୍ରଫେସନାଲ ପଦବୀରେ ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ