ବାଲେଶ୍ବର: ମଦ ଦୋକାନକୁ ବିରୋଧ କରୁଥିଲେ ନଶୁଣିବାରୁ ଜାଳିଦେଲେ ଦୁର୍ବୃତ୍ତ

ସୋର(କେନ୍ୟୁଜ୍): ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଲିଦେଲେ ଦୁର୍ବୃତ୍ତ ତା ସହିତ ମଦ ମାଲିକଙ୍କର ୪ଚକିଆ ଯାନକୁ ଜାଳି ଦେଇଛନ୍ତି । ସନ୍ଦେହରେ ଖନ୍ତାପଡା ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି ।  ଖବର ମୁତାବକ ଗ୍ରାମରେ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ସେଠାକର ସ୍ଥାନୀୟ ବାସିନ୍ଦା ଗତ କିଛିଦିନ ଧରି ଏହାକୁ ବିରୋଧ କରିଥିଲେ ।

ଶେଷରେ ମଦ ଦୋକାନୀ ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  କୋର୍ଟ ସେଠି ମଦ ଦୋକାନ ଖୋଲିବା ପାଇଁ କହିଥିବା ବେଳେ ଗ୍ରାମବାସୀ ମାନେ ବିରୋଧ କରିଥିଲେ ।ଯାହାକୁ ନେଇ କିଛିଦିନ ଧରି ଉତ୍ତେଜନା ଲାଗିରହିଥିଲା ।ଏବେ ଏହି ଘଟଣାକୁ ନେଇ ଘଟସ୍ଥଳରେ ଉତ୍ତେଜନା ଲାଗି ରହିଛି ।