୨୬ ମଇରେ ବର୍ଷର ପ୍ରଥମ ଚନ୍ଦ୍ରଗହଣ, ଜାଣନ୍ତୁ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡିବ

୨୦୨୧ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ମଇରେ ହେବାକୁ ଯାଉଛି । ମାତ୍ର ଏହା ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଭାରତରେ ଲୋକ ଏହାକୁ ଦେଖିପାରିବେ ନାହିଁ । ଏହି ଗ୍ରହଣ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ତେଣୁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିଛି ତେବେ ଏହି ସମୟରେ ଜାଣନ୍ତୁ କେଉଁ ରାଶି ଉପରେ ଶୁଭ ପ୍ରଭାବ ପଡିବ ।
ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୬ ମଇ ବୁଧବାର ବୈଶାଖୀ ପୂର୍ଣ୍ଣିମାରେ ପଡୁଛି। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଚନଦ୍ରଗ୍ରହଣ ୨୬ ମଇକୁ ଭାରତୀୟ ସମୟ ଅନୁସାରେ ଦି ୨ଟା ବାଜି ୧୭ ମିନିଟରୁ ଲାଗିବ ଏବଂ ସନ୍ଧ୍ୟା ୭ଟା ବାଜି ୧୯ ମିନିଟ୍ ପର୍ଯ୍ୟନ୍ତ ରହିବ।
୨୬ ମଇକୁ ଲାଗୁଥିବା ଏହି ଚନ୍ଦ୍ରଗ୍ରହଣ ଜାପାନ, ସିଙ୍ଗାପୁର, ବାଲାଂଦେଶ, ଦକ୍ଷିଣ କୋରିଆ, ଦକ୍ଷିଣ ଆମେରିକା, ଫିଲିପାଇନ୍ସ, ପ୍ରଶାନ୍ତ ଏବଂ ହିନ୍ଦ ମହାସାଗର, ଅଷ୍ଟ୍ରେଲିଆ, ଉତ୍ତର ୟୁରୋପର କିଛି କ୍ଷେତ୍ରରେ ଦେଖାଯିବ। କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଉପଛାୟା ଭଳି ଦେଖାଯିବ।
ମେଷ ରାଶି:
ଏହି ରାଶିର ଜାତକରେ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି । ଏହାସହ ବ୍ୟକ୍ତି ଜଣକ ମାନସିକ ଅବସାଦରେ ମଧ୍ୟ ରହିବେ । ଲମ୍ବା ସମୟ ଧରି ରହିଥିବା କାମ ସଂପୂର୍ଣ୍ଣ ହେବ । ଯାତ୍ରାରେ ଶୁଭ ଫଳ ମିଳିବ ।

କର୍କଟ:
ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବେ । ବେପାର ବାଣିଜ୍ୟରେ ଧନ ଲାଭ ହେବ । ନୂଆ କାମର ଶୁଭାରମ୍ଭ କରିପାରିବେ । ବାହନ କିଣିବାର ଯୋଗ ରହିଛି।
କନ୍ୟା:
ଚାକିରୀରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ମଜବଚତ ହେବ । କାମରେ ପ୍ରଂଶସା ପାଇବେ । ବ୍ୟାପାରରେ ଲାଭ ମିଳିବା ସହ ନିବେଶ ମଧ୍ୟ କରିପାରିବେ ।
ମକର:
ମକର ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବ । ଅନେକ କ୍ଷେତ୍ରରେ ସଫଳତା ପାଇବେ । ଚାକିରୀରେ ପରିବର୍ତ୍ତନ ସହ କାମକୁ ନେଇ ପ୍ରଶଂସା ପାଇବେ। ବ୍ୟାପାରରେ ବୃଦ୍ଧି । ନୂଆ ଯୋଜନା ସଫଳ ହେବ ।