ଭିତର ରତ୍ନଭଣ୍ଡାରରୁ ବାହାରିଲେ ଗଜପତି ମହାରାଜା, କହିଲେ ଖଟଶେଯ ଘରକୁ ସ୍ଥାନାନ୍ତର ହେଉଛି ରତ୍ନ ଅଳଙ୍କାର

ପୁରୀ : ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ମାହେନ୍ଦ୍ର ବେଳା ସକାଳ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ଭିତରକୁ ଗଲେ ୧୧ ଜଣିଆ ଅଧିକୃତ ଟିମ୍ । ଦକ୍ଷିଣ ଦ୍ବାର ଦେଇ ଭିତରକୁ ପ୍ରବେଶ କରିଥିଲେ ଗଜପତି ମହାରାଜା । ଭିତର ରତ୍ନଭଣ୍ଡାରରୁ ବାହାରିଲେ ଗଜପତି ମହାରାଜା ପ୍ରତିକ୍ରିୟାରେ କହିଛନ୍ତି ଯେ ଖଟଶେଯ ଘରକୁ ସ୍ଥାନାନ୍ତର ହେଉଛି ଅଳଙ୍କାର । ସନ୍ଧ୍ୟା ସୁଦ୍ଧା ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବା ଆଶା କରାଯାଉଛି। ସ୍ଥାନାନ୍ତର ସରିଲେ ଉଭୟ ଗୃହର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରାଯିବ । ପରେ ASI କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଗୃହର ମରାମତି ଆବଶ୍ୟକତା ରହିଥିବା କହିଛନ୍ତି ଗଜପତି ମହାରାଜା। ପୂର୍ବ ଏସଓପିକୁ ଅନୁପାଳନ କରି ସବୁ କାର୍ଯ୍ୟ କରାଯାଉଛି।

ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଉଛି। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ଦେଇ ସିଲ୍ କରାଯିବ । ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ। ଅଳଙ୍କାର ଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ଭିତର ରତ୍ନଭଣ୍ଡାରର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଗୁଡ଼ିକୁ ମ୍ୟୁଜିୟମରେ ରଖିବାକୁ ଯୋଜନା କରାଯାଉଛି। । ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା ।