ପାର୍ଟନରଙ୍କୁ ଆକର୍ଷିତ କରିବାକୁ ଏହି ବଲିଉଡ୍ ଗୀତର ସାହାରା ନିଅନ୍ତୁ, ମଜଭୁତ ହେବ ସମ୍ପର୍କ

ଶାରୀରିକ ସମ୍ବନ୍ଧର ସିଧାସଳଖ ସମ୍ପର୍କ ବ୍ରେନ୍ ସହ ରହିଛି। ଜଣେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହେଲେ ହିଁ ସମ୍ବନ୍ଧ ଆଗକୁ ବଢ଼ିଥାଏ। ଆଉ ଏହି ଆକର୍ଷଣ ଭାବନା ମସ୍ତିଷ୍କ ବା ବ୍ରେନ୍ରୁ ଆସିଥାଏ। ବ୍ରେନ୍ ଯେଉଁଭଳି ନିର୍ଦ୍ଦେଶ ଦିଏ ଆମ ମନ ସେଭଳି ତାହାକୁ କାର୍ଯ୍ୟକାରୀ କରିଥାଏ। ଏଣୁ ଚିନ୍ତାମୁକ୍ତ ରହୁଥିବା ଲୋକଙ୍କ ସେକ୍ସୁଆଲ ଲାଇଫ୍ ଅନ୍ୟମାନଙ୍କ ତୁଳନାରେ ଉନ୍ନତମାନର ହୋଇଥାଏ।
ବୈଜ୍ଞାନିକଙ୍କ ମତରେ ଗୀତ ମାଧ୍ୟମରେ ମଧ୍ୟ ଆପଣ ନିଜ ଯୌନଇଚ୍ଛାକୁ ବଢ଼ାଇପାରିବେ। ଏଥିସହ ପାର୍ଟନରଙ୍କ ସାମ୍ନାରେ ନିଜ ମନର ଭାବନା ପରିପ୍ରକାଶ କରିପାରିବେ। ଆପଣ ବି ଯଦି ବେଡ୍ରୁମ୍ରେ ଉଷ୍ଣତା ଭରିବାକୁ ଚାହୁଁଛନ୍ତି ତେବେ ଏହି ବଲିଉଡ୍ ଗୀତର ସାହାଯ୍ୟ ନିଅନ୍ତୁ…
ବଲିଉଡ୍ରେ ଏମିତି ଅନେକ ଗୀତ ରହିଛି ଯାହା ବ୍ୟକ୍ତିଙ୍କ ଭାବନା ଉଦ୍ରେକ କରିବାରେ ସାହାଯ୍ୟ କରେ। କିଛି ଗୀତ ବାଜିବା ବେଳେ ଆଖି ସାମ୍ନାରେ ପାର୍ଟନରଙ୍କ ମୁହଁ ନାଚି ଉଠେ। ତେବେ ପାର୍ଟନରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଥିଲେ ଆପଣ ‘ଅଗର ତୁମ୍ ମିଲ୍ ଜାଓ ଜମାନା ଛୋଡ଼ ଦେଙ୍ଗେ ହମ୍, ବୋଲ ଦୋ ନା ଜରା ଦିଲ୍ ମେ’ ଗୀତ ଗାଆନ୍ତୁ। ସାଥୀ ଆପଣଙ୍କ ଭାବନାକୁ ବୁଝି ନିହାତି କୋଳେଇ ନେବେ।
ଯଦି ପାର୍ଟନର ରାଗିଛନ୍ତି ଓ ଆପଣ ତାଙ୍କୁ ମନାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମଧ୍ୟ କିଛି ରୋମାଣ୍ଟିକ୍ ହିନ୍ଦୀ ଗୀତର ସାହାଯ୍ୟ ନିଅନ୍ତୁ। ଯଦି କିଛି ବାଛିପାରୁନାହାନ୍ତି ତେବେ ‘ଭିଗେ ହୋଠ ତେରେ, ପି ଲୁଁ ତେରେ ନୀଲେ ନୀଲେ ନୈନୋ ସେ ସବନମ୍’ ଗାଇ ପାର୍ଟନରଙ୍କ ମୁଡ୍କୁ ବଦଳାଇପାରିବେ। ଏହି ଗୀତ ନିଶ୍ଚୟ ଆପଣଙ୍କ ପ୍ରେମକୁ ଆହୁରି ଦୃଢ଼ କରିବ।
ପାର୍ଟନରଙ୍କ ପ୍ରତି ଭଲପାଇବା ଦର୍ଶାଇବାକୁ ମଧ୍ୟ ଆପଣ ଗୀତର ସାହାରା ନେଇପାରିବେ। ଏଥିପାଇଁ ‘ତୁ ଆତା ହେ ସିନେ ମେଁ ଜବ ଜବ ସାସେଁ ଭରତି ହୁଁ’ ଗାଆନ୍ତୁ। ଦେଖିବେ ମାତ୍ର କିଛି ସମୟ ମଧ୍ୟରେ ପାର୍ଟନର ଖୁସି ହୋଇଯିବେ।