ପୁରୁଷଙ୍କ ଶରୀରରେ ସେକ୍ସ ହରମୋନ୍ର ପରିମାଣ କମିବା ଯୋଗୁ ବଢ଼େ ଡାଇବେଟିସ୍ ଓ ଏସବୁ ରୋଗ

ବର୍ତ୍ତମାନର ଖରାପ ଲାଇଫ୍ଷ୍ଟାଇଲ୍ ଯୋଗୁ କମ୍ ବୟସରୁ ହିଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି। କେବଳ ସାଧାରଣ ଶାରୀରିକ ରୋଗ ନୁହେଁ ଲୋକମାନେ ଏବେ ଯୌନ ରୋଗରେ ବି ପୀଡ଼ିତ ହେଉଥିବା ଜଣାଯାଇଛି। ଏଣୁ ଅନେକ ଥର ନବ ବିବାହିତ ଯୋଡ଼ି ସହବାସ ବେଳେ ସମସ୍ୟା ଦେଖାଯାଉଥିବା ନେଇ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି।
ବିଶେଷଜ୍ଞଙ୍କ କହିବା ମୁତାବକ, ଉଭୟ ମାନସିକ ଓ ଶାରୀରିକ ସମସ୍ୟା ଯୋଗୁ ବେଡ୍ରୁମ୍ ଲାଇଫ୍ ପ୍ରଭାବିତ ହୋଇଥାଏ। ଡାଇବେଟିସ୍ ଭଳି ରୋଗରେ ଶରୀରରେ ଟେଷ୍ଟୋଷ୍ଟେରନ୍ର ସ୍ତର ହ୍ରାସ୍ ପାଇଥାଏ, କଫ ସୃଷ୍ଟି କରୁଥିବା ଟ୍ୟୁମର(ଅଡେନୋମା), କ୍ଲାଇନ୍ଫେଲ୍ଟର(ଜେନେଟିକ୍ ସିଣ୍ଡ୍ରୋମ୍) ଓ କିଡ୍ନୀ ସମସ୍ୟା ଯୋଗୁ ଶରୀରରେ ଟେଷ୍ଟୋଷ୍ଟେରନ୍ର ମାତ୍ରା ହ୍ରାସ ପାଇଥାଏ। ବେଳେବେଳେ କେତେକ ମେଡିସିନ୍କୁ ଅନେକ ଦିନ ଧରି ସେବନ କରିବା ଦ୍ୱାରା ମଧ୍ୟ ସହବାସର ସମୟ କମିଯାଇଥାଏ। ମାନସିକ ଚିନ୍ତା କମ୍ କରିବାକୁ ସେବନ କରାଯାଉଥିବା ଔଷଧ ଯୋଗୁ ମଧ୍ୟ ସେକ୍ସ ଡ୍ରାଇଭ୍ କମିଯାଇଥାଏ ବୋଲି ଡାକ୍ତର ମତ ଦିଅନ୍ତି।
ଫାଷ୍ଟଫୁଡ୍ ସେବନ ଦ୍ୱାରା ଶରୀରରେ ବୃଦ୍ଧିପାଉଥିବା ଚର୍ବି ମଧ୍ୟ ଯୌନ କ୍ଷମତା କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଯଦି କୌଣସି ପୁରୁଷ ମୋଟା ଅଛନ୍ତି ତେବେ ତାଙ୍କ ଶରୀରର ଚର୍ବି ଅଂଶ କମ୍ କରିବାରେ ହିଁ ଟେଷ୍ଟୋଷ୍ଟେରନ୍ ଖର୍ଚ୍ଚ ହୋଇଯାଏ। ଫଳରେ ବେଡ୍ରୁମ୍ରେ ସେ ଭଲ ପରଫର୍ମାନ୍ସ ଦେଇପାରନ୍ତି ନାହିଁ। ଏଥିସହ ବୟସ ବଢ଼ିବା ସହ ମଧ୍ୟ ଟେଷ୍ଟୋଷ୍ଟେରନ୍ର ସ୍ତର କ୍ରମଶଃ କମି କମିଯାଏ। ଖାସ୍ କରି ମୋଟାପଣ ଯୋଗୁ ଏବେ ଅଧିକାଂଶ ଯୁବପିଢ଼ିଙ୍କ ଯୌନ ଜୀବନ ପ୍ରଭାବିତ ହେଉଛି।
ଶରୀରରେ ଇଷ୍ଟ୍ରୋଜେନ୍ର ସ୍ତର ବଢ଼ିବା ଓ ଗର୍ଭନିରୋଧକ ଔଷଧର ସେବନ କରିବା ଦ୍ୱାରା ମଧ୍ୟ ସେକ୍ସ ହରମୋନ୍ ଉପରେ ପ୍ରଭାବ ପଡ଼େ। ଏହା ବ୍ୟତୀତ ଖାଦ୍ୟ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଶରୀରକୁ ଯିବା ଦ୍ୱାରା ମଧ୍ୟ ଯୌନ ଇଚ୍ଛା ପ୍ରଭାବିତ ହୋଇଥାଏ।
ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନର ଯୁବପିଢ଼ି ଟଙ୍କା ରୋଜଗାର କରିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ସବୁବେଳେ ଚାପଗ୍ରସ୍ତ ରହିଥାନ୍ତି। ଏହା ଦ୍ୱାରା ମଧ୍ୟ ଯୌନ କ୍ଷମତା ହ୍ରାସପାଏ। ମାନସିକ ଚିନ୍ତା ଓ ବିଷାଦ ବଢ଼ିବା ଯୋଗୁ ଷ୍ଟ୍ରେସ୍ ହରମୋନ୍ କୋର୍ଟିସୋଲ ଓ ଏଣ୍ଡ୍ରେନାଲାଇନ୍ ବୃଦ୍ଧିପାଏ। ଫଳରେ ଦାମ୍ପତ୍ୟ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥାଏ।
ଯେଉଁ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ର ମାତ୍ରା କମ୍ ରହିଥାଏ ସେମାନଙ୍କ ଠାରେ ଡାଇବେଟିସ୍ର ଆଶଙ୍କା ଅଧିକ ଥାଏ। ଟେଷ୍ଟୋଷ୍ଟେରନ୍ କମ୍ ଥିଲେ ହୃଦଜନିତ ରୋଗ ହେବା ଆଶଙ୍କା ବି ବଢ଼ିଯାଏ। ଏଣୁ ଶରୀରରେ ଟେଷ୍ଟୋଷ୍ଟେରନ୍ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଗ୍ରହଣ କରିବା ଆବଶ୍ୟକ।