ବେଡ୍‌ରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରୁନାହାନ୍ତି କି? ପୁରୁଷତ୍ୱ ବଢ଼ାଇବାକୁ ସେବନ କରନ୍ତୁ ଏହି ୫ଟି ଫଳ

ବର୍ତ୍ତମାନର ଟେନ୍ସନ୍‌ ଓ ଷ୍ଟ୍ରେସ୍‌ଭରା ଜୀବନରେ ଆରାମ କରିବା ତଥା ଶରୀର ଉପରେ ଧ୍ୟାନ ଦେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ଏହି ଅସନ୍ତୁଳିତ ଲାଇଫ୍‌ ଷ୍ଟାଇଲ୍‌ର ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ଖାସ୍‌ କରି ପୁରୁଷମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥାଏ। ବେଳେ ବେଳେ ଉଭୟ ପୁରୁଷ ଓ ମହିଳା ନିଜ ଖାଦ୍ୟପେୟ ଉପରେ ଉପଯୁକ୍ତ ଧ୍ୟାନ ଦେଇ ପାରିନଥାନ୍ତି, ଫଳରେ ସେମାନଙ୍କଠାରେ ଥକାପଣ ଓ ଦୁର୍ବଳତା ଆଦି ସମସ୍ୟା ଦେଖାଦିଏ। ଏହି କାରଣରୁ ସେମାନେ ବେଡ୍‌ରୁମ୍‌ରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରିନଥାନ୍ତି।

ଏଭଳି ସ୍ଥିତିରେ ଆପଣ ନିଜ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଆବଶ୍ୟକ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ କେତେକ ସାଧାରଣ ଫଳ ଖାଇବା ଦ୍ୱାରା ଯୌନ ଶକ୍ତି ବୃଦ୍ଧି ପାଇଥାଏ ଓ ଶରୀରକୁ ଆବଶ୍ୟକ ପୋଷଣ ମଧ୍ୟ ମିଳେ। ଆସନ୍ତୁ ଜାଣିବା କେଉଁ ଫଳ ପୁରୁଷଙ୍କ ଯୌନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ…

କଦଳୀ

banana

କଦଳୀରେ ଭିଟାମିନ୍‌ A, C ଏବଂ B1 ସହ ଆଇରନ୍‌, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ରହିଥାଏ। ଏହା ସେକ୍ସ ଲାଇଫ୍‌କୁ ବୁଷ୍ଟ କରିବାରେ ସାହାଯ୍ୟ କରେ। ନିୟମିତ କଦଳୀ ଖାଇବା ଦ୍ୱାରା ପୁରୁଷଙ୍କ ଶରୀରରେ ଶୁକ୍ରାଣୁର ପରିମାଣ ମଧ୍ୟ ବୃଦ୍ଧିପାଇଥାଏ।

କାଜୁ

କାଜୁରେ ଅଧିକ ପରିମାଣରେ ଜିଙ୍କ୍‌ ରହିଥାଏ। ପ୍ରତିଦିନ କାଜୁ ସେବନ ଦ୍ୱାରା ଟେଷ୍ଟୋଷ୍ଟେରନ୍‌ ହରମୋନ୍‌ର ସ୍ତର ବଢ଼ିଥାଏ।

ରସୁଣ

ରସୁଣ ସେବନ ମଧ୍ୟ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌ ପାଇଁ ଖୁବ୍‌ ଭଲ ହୋଇଥାଏ। ରସୁଣରେ ଭିଟାମିନ୍‌ B6 ଓ Selenium ରହିଥାଏ, ଯାହା ଯୌନଶକ୍ତି ବୃଦ୍ଧି କରିବା ସହ ପୁରୁଷ ହରମୋନ୍‌କୁ ନିୟନ୍ତ୍ରିତ ରଖେ।

ଏହାସହ ପଢ଼ନ୍ତୁ:  ଶାରୀରିକ ସମ୍ବନ୍ଧ ପାଇଁ ସାଥୀଙ୍କ ମୁଡ୍‌ ବନାଇବାକୁ ଫଲୋ କରନ୍ତୁ ଏହି ସବୁ ଟିପ୍ସ…

ଟମାଟୋ

ଡାକ୍ତରଙ୍କ କହିବାନୁସାରେ, ଇନ୍‌ଫର୍ଟିଲିଟି ବା ପୁରୁଷ ବାଞ୍ଝପଣର ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ଶରୀରରେ ଲାଇକୋପିନ୍‌ର ସ୍ତର କମ୍‌ ମାତ୍ରାରେ ଥାଏ। ଏହି ହରମୋନ୍‌ ସ୍ତର ବୃଦ୍ଧି କରିବାକୁ ପୁରୁଷମାନେ ନିୟମିତ ଟମାଟୋ ଖାଇବା ଉଚିତ।

ଡାଳିମ୍ବ

ଡାଳିମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ହୋଇଥାଏ। ଡାଳିମ୍ବ ରସ ପୁରୁଷଙ୍କ ଶରୀରରେ ଶୁକ୍ରାଣୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା ପୁରୁଷଙ୍କ ଯୌନ କ୍ଷମତା ବଢ଼େ।