ବିବାହ ପରେ ବଦଳିଯାଏ ଏସବୁ କଥା, ପୂର୍ବରୁ ପ୍ରେମିକା ସହ ରାତି ରାତି ଗପୁଥିବା ପୁରୁଷ ଖଟକୁ ଯାଉ ଯାଉ ମାରନ୍ତି ଘୁଙ୍ଗୁଡ଼ି

ବିବାହ ପରର ସମ୍ପର୍କ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଖାସ୍ ହୋଇଥାଏ। କାରଣ ଏହି ସମୟରେ ଏମିତି ଅନେକ କଥା ହୁଏ ଯାହା କେହି କେବେ ଚିନ୍ତା ବି କରିନଥାନ୍ତି। ସରଳ ଭାଷାରେ କହିବାକୁ ଗଲେ ବିବାହକୁ ନେଇ ଲୋକମାନେ ଯାହା ସ୍ୱପ୍ନ ଦେଖିଥାନ୍ତି ସେସବୁ ବିବାହ ପରେ ପୂର୍ଣ୍ଣ ହୋଇନଥାଏ। ଜୀଇଁବାର ତରିକା ସମ୍ପୂର୍ଣ୍ଣ ବଦଳିଯାଇଥାଏ। କାରଣ ମୁଣ୍ଡ ଉପରକୁ ଦାୟିତ୍ୱ ଆସେ। ତେବେ ଆଜି ଆସନ୍ତୁ ଜାଣିବା ବିବାହ ପରେ ଜୀବନରେ କି କି ପରିବର୍ତ୍ତନ ହୁଏ…
ଲୋକମାନେ ଭାବିଥାନ୍ତି ଯେ ବିବାହ ପୂର୍ବରୁ ଜିନିଷଗୁଡ଼ିକ ଯେମିତି ଥାଏ ବିବାହ ପରେ ବି ସେଭଳି ରହିଥାଏ। କିନ୍ତୁ ପ୍ରକୃତରେ ସେମିତି ହୁଏ ନାହିଁ। ବିବାହ ପରେ ସିନେମା ଯିବା, ଡେଟ୍ରେ ଯିବା ଇତ୍ୟାଦି ସ୍ୱପ୍ନ। ବାହାଘର ପରେ ସାଧାରଣତଃ କପଲମାନେ ଘରେ ହିଁ ନିଜ ମନୋରଞ୍ଜନ କରିବାକୁ ଫୋନ୍ କିମ୍ବା ଟିଭିର ସାହାରା ନେଇଥାନ୍ତି।
ବିବାହ ପରେ ମୁଣ୍ଡ ଉପରକୁ ଦାୟିତ୍ୱ ଆସେ। ଏହି କାରଣରୁ ଦମ୍ପତି ନିଜ ମନ କଥା ମନରେ ହିଁ ରଖିଥାନ୍ତି, ପୂରଣ କରିବାକୁ ସୁଯୋଗ ପାଇନଥାନ୍ତି। ସ୍ୱାମୀଙ୍କୁ କାମ ଓ ପରିବାରକୁ ସମୟ ଦେବାକୁ ପଡ଼ୁଥିବା ବେଳେ ସ୍ତ୍ରୀଙ୍କୁ ପରିବାର ସହ ନିଜ କାମ କରିବାକୁ ପଡ଼ିଥାଏ। ଏଭଳିସ୍ଥିତିରେ ଉଭୟେ ଥକିଯାଇଥାନ୍ତି ଓ ନିଜ ଇଚ୍ଛାକୁ ପ୍ରକାଶ କରିପାରିନଥାନ୍ତି।
ବିବାହ ପୂର୍ବରୁ ଗର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ପରସ୍ପର ମଧ୍ୟରେ ନିଜ ନିଜ ସୋସିଆଲ ମିଡିଆ ପାସ୍ଓ୍ଵାର୍ଡ ବିନା ଦ୍ୱିଧାରେ ସେୟାର କରିଥାନ୍ତି। କିନ୍ତୁ ବିବାହ ପରେ ସେମିତି ହେଇନଥାଏ। ପର୍ସନାଲ ସ୍ପେସ୍ ବାହାନାରେ ଉଭୟେ ପ୍ରାୟତଃ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ପାସଓ୍ଵାର୍ଡ ବଦଳାଇ ଦେଇଥାନ୍ତି।
ପୁଅ ଓ ଝିଅ ବିବାହ ପରେ ଏବେ ତାଙ୍କୁ ଆଉ କିଏ ଦେଖିବ ଚିନ୍ତା କରି ନିଜ ଉପରେ ଧ୍ୟାନ ଦେଇନଥାନ୍ତି। ଏଣୁ କେତେକ ଝିଅ ମୋଟୀ ହୋଇଯାଉଥିବା ବେଳେ ହ୍ୟାଣ୍ଡସମ୍ ହଙ୍କ୍ କହି ବୁଲୁଥିବା ପୁଅ ଲମ୍ବା ଦାଢ଼ି ରଖି ବୁଲନ୍ତି।
ବିବାହ ପୂର୍ବରୁ ପ୍ରାୟତଃ ଲୋକମାନେ ରାତି ଅଧ ଯାଏଁ ପାର୍ଟନରଙ୍କ ସହ କଥା ହୋଇଥାନ୍ତି, ଲଙ୍ଗ୍ ଡ୍ରାଇଭ୍ରେ ଯାଇଥାନ୍ତି। କିନ୍ତୁ ବିବାହ ପରେ ଏସବୁ ଜିନିଷ ଶେଷ ହୋଇଯାଏ। ଲଙ୍ଗ୍ ଡ୍ରାଇଭ୍ ବଦଳି ନାଇଟ୍ ଓ୍ଵାକ୍ ହୋଇଯାଏ। ସେହିପରି ଲେଟ୍ ନାଇଟ୍ କଥାବାର୍ତ୍ତା ପରିବାରର ସମସ୍ୟା ଓ ବୋଝ ବିଷୟରେ ଗପରେ ପରିବର୍ତ୍ତିତ ହୋଇଥାଏ।