ଦୁର୍ଗାଷ୍ଟମୀରେ ଏହି ୮ ଉପାୟ ମଧ୍ୟରୁ କରନ୍ତୁ ଗୋଟିଏ, ମାତା ରାଣୀଙ୍କ ଆଶୀର୍ବାଦରୁ ଦୂର ହେବ ଦୁର୍ଭାଗ୍ୟ

ନବରାତ୍ରୀରେ ନବଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜା କରାଯାଏ। ମା ଦୁର୍ଗାଙ୍କର ନଅ ସ୍ୱରୂପର ପୂଜ କରିବାର ନିଜ ନିଜର ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୬ରେ ନବରାତ୍ରୀର ଅଷ୍ଟମୀ ତିଥି ପଡୁଛି। ଏହି ଦିନରେ ଦେବୀ ମହାଗୌରୀଙ୍କର ପୂଜା ହୋଇଥାଏ। ମାତା ଦୁର୍ଗାଙ୍କର ଅଷ୍ଟମୀ ଶକ୍ତିର ନାମ ମହାଗୌରୀ। ଧାର୍ମିକ ମାନ୍ୟତା ଅନୁଯାୟୀ ଭଗାବନ ଶିବଙ୍କୁ ସ୍ୱାମୀ ରୂପେ ପାଇବା ପାିଁ ମାତା ଗୌରୀ କଠୋର ତପସ୍ୟା କରିଥିଲେ। ତପ କରିବା କାରଣରୁ ତାଙ୍କ ଶରୀର କଳା ପଡିଯାଇଥିଲା। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇ ତାଙ୍କୁ କୃପା କରିଥିଲେ ଯାହାଦ୍ୱାରା ତାଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଗଲା ଏବଂ ତାଙ୍କ ନାମ ଗୌରୀ ହୋଇଗଲା।
ଅଷ୍ଟମୀ ତିଥିରେ ଯଦି ଆପଣ ଦୁର୍ଭାଗ୍ୟ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଉପାୟ କରିବାକୁ ହେବ। ଏଥିପାଇଁ ଆମେ ଆପଣଙ୍କୁ ଆଠଟି ଉପାୟ ଜଣାଇବାକୁ ଯାଉଛୁ, ଯାହାକୁ କରିବା ପରେ ସୌଭାଗ୍ୟ ବଢ଼ିଥାଏ।
-ନବରାତ୍ରୀରେ ଅଷ୍ଟମୀ ଦିନ ରାତି ୧୨ଟା ପରେ ନିଜ ଘରର ମୁଖ୍ୟ ଦ୍ୱାରରେ ଶୁଦ୍ଧ ଘିଅରେ ଦୀପ ଜଳାଇବା ଉଚିତ। ଏମିତି କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇପାରେ।
-ଅଷ୍ଟମୀ ଦିନ ଦୁର୍ଗା ମନ୍ଦିରରେ ୮ଟି ପଦ୍ମ ଫୁଲ ମାତାଙ୍କୁ ଅର୍ପଣ କରିବା ଉଚିତ। ଏମିତି କରିବା ଦ୍ୱାରା ମାତା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି।
ଏହାସହ ପଢନ୍ତୁ : ଦୁର୍ଗାପୂଜାରେ ନିଶ୍ଚୟ କରନ୍ତୁ ଏହି ଉପାୟ, ହେଉନଥିବା କାମ ନିଶ୍ଚୟ ହେବ ସଫଳ
-ଯଦି ଘରେ ସୁଖ ଶାନ୍ତି ଚାହୁଁଛନ୍ତି ତେବେ ଅଷ୍ଟମୀ ତିଥିରେ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ କିମ୍ବା କୌଣସି ଯୋଗ୍ୟ ପଣ୍ଡିତଙ୍କ ଦ୍ୱାର ଦୁର୍ଗା ସପ୍ତଶତୀ ପାଠ କରନ୍ତୁ।
-ଅଷ୍ଟମୀ ତିଥିରେ କୌଣସି କୁଆଁରୀ ବ୍ରାହ୍ମଣ କନ୍ୟାଙ୍କୁ ତାଙ୍କ ପସନ୍ଦର ପୋଷାକ ଦିଅନ୍ତୁ। ଏହାଛଡା ତାଙ୍କୁ କିଛି ଉପହାର ମଧ୍ୟ ଦିଅନ୍ତୁ।
-ଅଷ୍ଟମୀ ତିଥିରେ ମାତା ରାଣୀଙ୍କୁ କନଳୀ, ଡାଳିମ୍ବ, ସେଓ ଆଦି ଭୋଗ ଲଗାନ୍ତୁ ଏବଂ ଗରୀବଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।
-ଅଷ୍ଟମୀ ତିଥିରେ କୌଣସି ଦେବୀ ମନ୍ଦିରରେ ମାତାଙ୍କ ଶ୍ରୀଙ୍ଗାର ଦିଅନ୍ତୁ। ଏମିତି କଲେ ସମସ୍ୟା ଦୂର ହୋଇଥାଏ।