ଶାରୀରିକ ସମ୍ପର୍କ ପରେ ନିହାତି କରନ୍ତୁ ଏହି କାମ, ନଚେତ୍ ଚାଲିଯାଇପାରେ ଜୀବନ

ପ୍ରାୟତଃ ଲୋକମାନେ ସେକ୍ସ ପରେ ଥକାପଣ ଯୋଗୁ ଶୋଇପଡ଼ିଥାନ୍ତି। କିନ୍ତୁ ଏହି ଅଭ୍ୟାସ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଡାକ୍ତର ପରାମର୍ଶ ଦିଅନ୍ତି ଯେ ଯୌନ ସମ୍ପର୍କ ପରେ ଯୌନାଙ୍ଗକୁ ପରିଷ୍କାର ରଖିବା ଉଚିତ। କିନ୍ତୁ ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଥାନ୍ତି। ଏହି ଅବହେଳା ଯୋଗୁଁ ମୂତ୍ରମାର୍ଗ, ଯୌନ ରୋଗ, ଯୌନ ସଂକ୍ରମଣ, କୁଣ୍ଡାଇ ହେବା, ପୋଡ଼ିବା ତଥା ଫଙ୍ଗଲ ଇନଫେକ୍ସନ ଭଳି ସମସ୍ୟା ଦେଖାଦେଇଥାଏ।
ସେକ୍ସ ପରେ କ’ଣ କରିବା ଉଚିତ:
- ଶାରୀରିକ ସମ୍ପର୍କ ପରେ ପ୍ରଥମେ ପରିସ୍ରା କରିବା ଜରୁରୀ। ଏହା ଦ୍ୱାରା ଯୌନ ମାର୍ଗରେ ଥିବା ବ୍ୟାକ୍ଟେରିଆ ସଫା ହୋଇଯାଏ।
- ଏହାପରେ ପାଣି କିମ୍ବା ଟିସୁ ପେପରରେ ଯୌନାଙ୍ଗକୁ ସଫା କରନ୍ତୁ, ଯେମିତି ପାଣି ଲାଗି ନ ରହେ।
- ସବୁବେଳେ ପରିଷ୍କାର ଅନ୍ତଃବସ୍ତ୍ର ପିନ୍ଧନ୍ତୁ। ପ୍ରତିଦିନ ଅନ୍ତଃବସ୍ତ୍ରକୁ ସଫା କରି ଖରାରେ ଶୁଖାନ୍ତୁ। ଏହା ଦ୍ୱାରା ବ୍ୟାକ୍ଟେରିଆ ରହିବେ ନାହିଁ।
- ଆଜିକାଲି ବଜାରରେ ସେକ୍ସୁଆଲ ହାଇଜିନ ୱାଇପସ ମଧ୍ୟ ବିକ୍ରି ହେଉଛି। ଏଣୁ ଚାହିଁଲେ ସାନିଟାରୀ ୱାଇପସ ବା ସେକ୍ସୁଆଲ ହାଇଜିନ ୱାଇପସ ମଧ୍ୟ ବ୍ୟବହାର କରିପାରିବେ।