ପତଳାଙ୍କ ତୁଳନାରେ ମୋଟା ଲୋକମାନେ ରଖିଥାନ୍ତି ଅଧିକ ଶାରୀରିକ ସମ୍ପର୍କ: ରିସର୍ଚ୍ଚ

ମୋଟାପଣ ଯୋଗୁ ଏବେ ସମସ୍ତେ ଚିନ୍ତିତ। ପତଳା ହେବା ପାଇଁ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଫୁଲ ଦମ୍‌ରେ ଲାଗିପଡ଼ିଛନ୍ତି। ଫିଟ୍‌ ରହିଲେ ମହିଳାମାନେ ଆକର୍ଷିତ ହେବେ ବୋଲି ପୁଅମାନଙ୍କର ଏକ ଧାରଣା ରହିଛି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ଜଣାପଡ଼ିଛି। ରିସର୍ଚ୍ଚ ମୁତାବକ ଯେଉଁମାନଙ୍କର ଓଜନ ଅଧିକ ସେମାନଙ୍କ ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ କ୍ଷମତା ପତଳା ଲୋକଙ୍କ ଠାରୁ ଅଧିକ ବୋଲି ଜଣାପଡ଼ିଛି।

Image result for romantic pose

ଆଞ୍ଜଲିଆ ରୁସ୍କିନ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ୫୦୦୦ ଯୁବକଙ୍କୁ ନେଇ କରାଯାଇଥିବା ରିସର୍ଚ୍ଚ ମୁତାବକ ମୋଟା ଲୋକମାନେ ପତଳା ଲୋକଙ୍କ ଅପେକ୍ଷା ଅଧିକ ସମ୍ଭୋଗରେ ଲିପ୍ତ ରହିଥାନ୍ତି। ରିପୋର୍ଟ ମୁତାବକ କମ୍‌ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ଠାରେ ଆତ୍ମବିଶ୍ୱାସର ଅଭାବ ଥିବା ବେଳେ ମୋଟା ଲୋକଙ୍କ ଠାରେ ପ୍ରଚୁର ଆତ୍ମବିଶ୍ୱାସ ରହିଥାଏ। ଏଣୁ ସେମାନେ ପାର୍ଟନରଙ୍କ ସହ ଅଧିକ ମେଳାପୀ ହୋଇଥାନ୍ତି ଓ ସମ୍ପର୍କ ରଖିବାରେ ସକ୍ଷମ ହୋଇଥାନ୍ତି।

Related image

କେବଳ ପୁରୁଷ ନୁହେଁ ମୋଟୀ ମହିଳାମାନେ ମଧ୍ୟ ପତଳା ମହିଳାଙ୍କ ଠାରୁ ୧୬ ପ୍ରତିଶତ ଅଧିକ ଶାରୀରିକ ସମ୍ପର୍କ ରଖିଥାନ୍ତି। ପତଳା ଲୋକଙ୍କ ତୁଳନାରେ ମୋଟା ଲୋକଙ୍କ ସେକ୍ସ ଲାଇଫ୍‌ ଅଧିକ ସନ୍ତୋଷଜନକ ବୋଲି ରିସର୍ଚ୍ଚରୁ ଜଣାଯାଇଛି।

ସାଧାରଣତଃ ପତଳା ବା ଦୁର୍ବଳ ଲୋକମାନେ ଅଧିକ ସମୟ ଧରି ସମ୍ବନ୍ଧ ରଖିପାରିନଥାନ୍ତି, କାରଣ ସହବାସ ବେଳେ ସେମାନେ ଶୀଘ୍ର ହାଲିଆ ହୋଇଯାଇଥାନ୍ତି। କିନ୍ତୁ ଅପେକ୍ଷାକୃତ ଅଧିକ ଓଜନବିଶିଷ୍ଟ ବ୍ୟକ୍ତି ଦୀର୍ଘ ସମୟ ଧରି ସମ୍ଭୋଗ କରିପାରନ୍ତି। ଫଳରେ ସେମାନେ ପାର୍ଟନରଙ୍କୁ ସନ୍ତୁଷ୍ଟ କରିପାରନ୍ତି। ଏମାନଙ୍କ ବେଡରୁମ୍‌ ଲାଇଫ୍‌ ଅଧିକ ସନ୍ତୋଷଦାୟକ ହୋଇଥାଏ ବୋଲି ଗବେଷକ ଡ.ଲି ସ୍ମିଥ୍‌ ସୂଚନା ଦେଇଛନ୍ତି।

ଦୁନିଆରେ ପ୍ରାୟ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବ୍ୟକ୍ତି ବର୍ତ୍ତମାନ ମୋଟାପଣ ଯୋଗୁ ଚିନ୍ତାରେ ଥିବା ବେଳେ ଏହି ଖବର ତାଙ୍କ ପାଇଁ ନିଶ୍ଚିତ ଖୁସି ଆଣିଦେବ ବୋଲି ଗବେଷକ କହିଛନ୍ତି।