ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ, ଜାଣନ୍ତୁ ସହବାସର ସଠିକ୍ ସମୟ

ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଶାରୀରିକ ସମ୍ପର୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପରିବାରକୁ ଆଗକୁ ବଢ଼ାଇବାରେ ଏହା ସାହାଯ୍ୟ କରେ। ଏଥିସହ ସ୍ୱାମୀ-ସ୍ତ୍ରୀର ସମ୍ପର୍କକୁ ମଧ୍ୟ ନିବିଡ଼ କରିଥାଏ। ଏହାଦ୍ୱାରା ଶରୀରକୁ ମଧ୍ୟ ବିଶେଷ ଲାଭ ମିଳେ। ତେବେ ଯଦି ଆପଣ ଠିକ ସମୟରେ ସମ୍ବନ୍ଧ ରଖିବେ ତେବେ ଏହା ଅଧିକ ଲାଭ ପ୍ରଦାନ କରିଥାଏ। ଏକ ରିସର୍ଚ୍ଚ ମୁତାବକ ସକାଳେ ସେକ୍ସ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ସକାଳେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା କି କି ଲାଭ ମିଳେ…
ଦିନସାରା ଚିନ୍ତାମୁକ୍ତ ରଖେ: ସେକ୍ସ କରିବା ବେଳେ ଶରୀରରୁ ଅକ୍ସିଟୋସିନ୍ ନାମକ ହରମୋନ କ୍ଷରିତ ହୋଇଥାଏ। ଏହା ମୁଡକୁ ଭଲ ରଖିବା ସହ ଚିନ୍ତାମୁକ୍ତ ରଖିବାରେ ସାହାଯ୍ୟ କରେ।
ସଂକ୍ରମଣରୁ ଦୂରେଇ ରଖେ: ୟୁନିଭର୍ସିଟି ଅଫ ବାଇକ ବେରେ ଅନୁସାରେ ସକାଳେ ସହବାସ ବେଳେ ଶରୀରରୁ ଇମ୍ୟୁନୋଗ୍ଲୋବିନ୍ ଏ ନାମକ ଆଣ୍ଟିବଡି ସୃଷ୍ଟି ହୁଏ ଯାହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଏହାଦ୍ୱାରା ସଂକ୍ରମଣର ଆଶଙ୍କା ୩୦ ପ୍ରତିଶତ କମ ରହିଥାଏ।
ଓଜନ କମାଇବାରେ ସାହାଯ୍ୟ କରେ: ରିସର୍ଚ୍ଚ ମୁତାବକ ଏକ ଘଣ୍ଟା ସମ୍ଭୋଗ କଲେ ପ୍ରାୟ ୩୦୦ କ୍ୟାଲୋରୀ ବର୍ନ ହୋଇଥାଏ। ଓଜନ କମାଇବାରେ ଏହା ବେଶ ସାହାଯ୍ୟ କରେ।
ବୀର୍ଯ୍ୟର ଗୁଣବତ୍ତା: ସିଡନୀ ଆଇବିଏଫ କ୍ଲିନିକର ରିସର୍ଚ୍ଚ ମୁତାବକ ସକାଳେ ସେକ୍ସ କରିବା ଦ୍ୱାରା ବୀର୍ଯ୍ୟର ଗୁଣବତ୍ତା ୧୨ ପ୍ରତିଶତ ବଢ଼ିଯାଏ। ଏହାଦ୍ୱାରା ସେକ୍ସ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।
ତ୍ୱଚାରେ ଚମକ ଆସେ: ସକାଳେ ସେକ୍ସ କରିବା ଦ୍ୱାରା ଶରୀରରେ ଇଷ୍ଟ୍ରୋଜେନର ସ୍ତର ଦ୍ରୁତ ବେଗରେ ବଢ଼ିଥାଏ। ଫଳରେ ତ୍ୱଚା ଓ କେଶକୁ ପ୍ରଚୁର ପରିମାଣରେ ଅମ୍ଳଜାନ ମିଳେ। ଏହା ଦ୍ୱାରା ତ୍ୱଚାରେ ଚମକ ଆସେ।